fbpx

ଫାଶି ତାରିଖ ଟଳିବା ପରେ ନିର୍ଭୟାଙ୍କ ମାଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨ା୩: ଫାଶି ତାରିଖ ଟଳିବା ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଫାଶୀ ବାରମ୍ବାର ଘୁଞ୍ଚିବା ଆମ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିଜ ରାୟ କାର୍ଯ୍ୟକାରୀ କରିବାରେ କୋର୍ଟ କାହିଁକି ପଛଘୁଂଚା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସରକାର, ସୁପ୍ରିମକୋର୍ଟଙ୍କୁ ପଚରାଯିବା ଦରକାର ଫାଶୀ କେବେ ହେବ ।

ଆସନ୍ତାକାଲି ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦିଆଯିବନି । ଫାଶୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ। ପରବର୍ତ୍ତୀ ଆଦେଶ ଯାଏଁ ଫାଶୀ ସ୍ଥଗିତ ରଖିଛନ୍ତି ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦିଆଯିବାର ଥିଲା । ସେହିପରି ପୂର୍ବରୁ ମଧ୍ୟ ୨ଥର ଡ଼େଥ ୱାରେଣ୍ଟ ଉପରେ ରୋକ ଲଗାଯାଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ଜାନୁଆରି ୨୨ ଓ ଫେବୃଆରୀ ୧କୁ ଫାଶୀ ଦିନ ଧାର୍ଯ୍ୟ ହୋଇଥିଲା ।

Get real time updates directly on you device, subscribe now.