fbpx

ମୋ ସରକାରରେ ଆଉ ୫ଟି ବିଭାଗ ସାମିଲ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ଆଉ ୫ଟି ବିଭାଗ ସାମିଲ ହୋଇଛି । ସେହି ବିଭାଗ ଗୁଡିକ ହେଉଛି- ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ, ଜଳସମ୍ପଦ ବିଭାଗ, ହସ୍ତତନ୍ତ ଓ ବୟନଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ଗୁଡିକ ମୋ ସରକାରରେ ସାମିଲ ହୋଇଛି ।

ସେହିପରି ନିକଟରେ ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ସଂସ୍କୃତି ଏବଂ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଆଦି ମୋ ସରକାରରେ ସାମିଲ ହୋଇଛି ।

Get real time updates directly on you device, subscribe now.