fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ବିନୟର ଆବେଦନ

ନୂଆଦିଲ୍ଳୀ, ୯ା୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆସନ୍ତା ମାର୍ଚ୍ଚ ୨୦ରେ ଚାରି ଦୋଷୀଙ୍କୁ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ ସରିଛି । ଏହାରିମଧ୍ୟରେ ଆଜି ଚାରୀ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ମୃତ୍ୟୁ ଦଣ୍ଡ ରଦ୍ଦ ନେଇ ଆବେଦନ କରିଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ବିନୟ ଏହି ଆବେଦନ କରିଛି । ମୃତ୍ୟୁ ଦଣ୍ଡ ରଦ୍ଦ କରି ଆଜୀବନ ଜେଲ୍ ଦେବାକୁ ସେ ଅପିଲ କରିଛି ।
ଗତ ୫ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ସାନି ଡ଼େଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲାହାଉସ କୋର୍ଟ । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ୩ତାରିଖ ଦିନ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଥିଲା ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଫାଶୀ ଆଳରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ୍ ଖେଳିବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.