fbpx

ଭୁଲ୍ ସିଗନାଲ ଦେଇଥିବା ଷ୍ଟେସନ ମାଷ୍ଟର ନିଲମ୍ବିତ

ସୁନ୍ଦରଗଡ଼, ୯ା୩(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଟ୍ରେନ ନ ଅଟକିବା ଘଟଣାରେ ଷ୍ଟେସନ ମାଷ୍ଟର ଆଜି ନିଳମ୍ବିତ ହୋଇଥିବା ସୂଚନା ମିଳିଛି । ଭୁଲ ସିଗନାଲ ଦେଖେଇଥିବା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହାସହ ଗାର୍ଡ଼ ଓ ଡ୍ରାଇଭରଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚପଦସ୍ଥ ଅଧିକାରୀ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାଜଗାଙ୍ଗପୁର ଷ୍ଟେସନରେ ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ଅଟକି ନଥିଲା । ସେହି ଷ୍ଟେସନରେ ଅପେକ୍ଷା କରିଥିବା ଲୋକମାନେ ଏନେଇ ରେଳ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.