fbpx

ବିଦେଶୀ ପତିଙ୍କ ଦେଶୀ ହରକତ୍: ସମସ୍ତଙ୍କ ସାମ୍ନାରେ ନିକ୍ କଲେ ଏପରି କାର୍ଯ୍ୟ, ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୯ ।୩: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ମସହୂର ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୋଲି ପାଳନ କରିବାକୁ ଭାରତ ଆସିଛନ୍ତି । ସ୍ୱାମୀ ବା ଆମେରିକୀୟ ପପ୍ ଷ୍ଟାର ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ହୋଲି ଉତ୍ସବ ପାଳନ ପାଇଁ ଇଶା ଅମ୍ବାନୀଙ୍କ ଘରେ ପହଞ୍ଚିଥିଲେ । ଏହି ହୋଲି ଉତ୍ସବରେ ବହୁ ତାରକାମାନଙ୍କୁ ଦେଖିବାକୁ ମିଳିଥିଲା ।

ସେଠାରେ ପ୍ରିୟଙ୍କା ଓ ନିକ୍ ହୋଲିକୁ ମନ ଭରି ଉପଭୋଗ କରିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ଭିତରେ ଏପରି ଏକ ଭିଡିଓ ଅଛି, ଯେଉଁଥିରେ ନିକ୍ ପ୍ରିୟଙ୍କାଙ୍କ ପୋଷାକରେ ହାତ ପୋଛୁଛନ୍ତି । ପ୍ରିୟଙ୍କା ଏହି ଫଟୋକୁ ତାଙ୍କ ଇଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । କାହାର ଟାୱେଲ ଦରକାର ବୋଲି ସେ ଫଟୋରେ କ୍ୟାପସନ ଦେଇ ଲେଖିଛନ୍ତି । ଏଥିରେ ୟୁଜର୍ସମାନେ କମେଣ୍ଟ ଦେଇ ଲେଖିଛନ୍ତି ଯେ, ନିକ୍ ବିଲକୁଲ ଦେଶୀ ପତିଙ୍କ ପରି ବ୍ୟବହାର କରୁଛନ୍ତି ଓ ଏଠାକାର ଲୋକଙ୍କ ଚାଲିଚଳନକୁ ଆପଣାଉଛନ୍ତି ।

 

Get real time updates directly on you device, subscribe now.