fbpx

ଆଇନ ସହିତ ଖେଳ ଶେଷ, ଫାଶିରେ ଝୁଲିଲେ ନିର୍ଭୟା ସଇତାନ

ନୂଆଦିଲ୍ଲୀ,୨୦ା୩: ସାତବର୍ଷର ଅପେକ୍ଷାର ଘଟିଛି ଅବସାନ । ମିଳିଲା ନିର୍ଭୟାଙ୍କୁ ନ୍ୟାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ନିର୍ଭୟା ଦୋଷୀଙ୍କୁ ଫାଶି ହୋଇଛି । ୨୦୧୨ରେ ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସମ୍ପୃକ୍ତ ଥିବା ଚାରି ଦୋଷି ଅକ୍ଷୟ, ପୱନ, ବିନୟ, ମୁକେଶକୁ ଏକ ସଙ୍ଗରେ ଦିଲ୍ଲୀ ସ୍ଥିତ ତିହାର ଜେଲରେ ଫାଶି ଦିଆଯାଇଛି ।

ଗତ ୫ତାରିଖରେ ସାନି ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଇସ କୋର୍ଟ । ଆଜି ସକାଳ ୫ଟା୩୦ରେ ଦୋଷୀମାନଙ୍କୁ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଫାଶିରୁ ବର୍ତ୍ତିବା ପାଇଁ ଦୋଷୀମାନେ ବିଭିନ୍ନ ପ୍ରକାର ପ୍ରୟାସ କରିଥିଲେ ଏହିପରି ସେମାନଙ୍କ ପାଇଁ ଆଗରୁ ୩ଥର ଡ଼େଥ୍ ୱାରେଣ୍ଟ ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଫାଶିରୁ ମୁକ୍ତି ପାଇବା ପାଇଁ ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସହ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । କିନ୍ତୁ ଗତକାଲି ସମସ୍ତ ପ୍ରକ୍ରିୟା ଶେଷ ହେବା ସହ ଫାଶି ଦିଆଯିବା ନେଇ ଧାର୍ଯ୍ୟ କରାଯାଇଥିବା ସମୟ ଯଥା ଆଜି ସକାଳେ ଫାଶି ଦେବା ପାଇଁ ଯେମିତି ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ।

ପୂର୍ବରୁ ନିର୍ଭୟା ଦୋଷୀମାନେ ଫାଶିରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ଚାଲ ଖେଳିବାରେ ଲାଗିଥିଲେ । ତାଙ୍କ ଚାଲ୍ ପାଇଁ ୩ଥର ଡ଼େଥ ୱାରଣ୍ଟେ ଉପରେ ରୋକ ଲଗାଇଥିଲେ ଦିଲ୍ଲୀ ସ୍ଥିତ ପଟିଆଲା ହାଉସକୋର୍ଟ । ନିର୍ଭୟା ମାମଲା ବିଚାରଧୀନ ଥିବାରୁ ତିନି ଥର ଫାଶି ତାରିଖ ଘୁଞ୍ଚା ଯାଇଥିଲା । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ ୨୦୧୨ ଡିସେମ୍ବର ୧୬ତାରିଖ ଦିନ ଦିଲ୍ଲୀର ଏକ ଚଳନ୍ତା ବସ୍ରେ ନିର୍ଭୟାଙ୍କୁ ଗଣ ଦୁଷ୍କର୍ମ କରିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୃତ୍ୟୁ ସହ ଲଢ଼େଇ କରି ଶେଷରେ ସେ ହାରି ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଗଣ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୬ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା । ସେହିପରି ଆଉ ଜଣେ ନାବାଳକ ଥିବାରୁ ଦୋଷୀକୁ ୩ବର୍ଷ ସୁଧାର ଗୃହରେ ରଖାଯାଇ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା । ଆଉ ସମ୍ପୃକ୍ତ ଥିବା ୪ଜଣକୁ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଆଜି ସକାଳ ୫ଟା ୩୦ରେ ଫାଶି ଦିଆଯାଇ ନିର୍ଭୟାଙ୍କୁ ନ୍ୟାୟ ଦିଆଯାଇଛି ।

Get real time updates directly on you device, subscribe now.