fbpx

ନିର୍ଭୟା ମାମଲା: ରାତି ସାରା ଶୋଇନଥିଲେ ୪ ଦୋଷୀ, ଫାଶୀ ପୂର୍ବରୁ କହିଲେ ନାହିଁ ଶେଷ ଇଛା

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଆଜି ଫାଶୀ ଖୁଣ୍ଟରେ ଝୁଲାଯାଇଛି। ସକାଳ ୫.୩୦ରେ ଧାର୍ଯ୍ୟ ସମୟ ଅନୁସାରେ ଫାଶୀରେ  ଝୁଲିଛନ୍ତି ୪ ଦୋଷୀ। ଯେଉଁ ସେଲରେ ଏହି ଦୋଷୀମାନେ ଥିଲେ, ସେଠାରୁ ଫାଶୀ ଗୃହକୁ ସିଧାସଳଖ ନିଆଯାଇଥିଲା । ଜାଣନ୍ତୁ କିପରି ଥିଲା ଦୋଷୀଙ୍କ ଶେଷ ରାତି ଓ କଣ ଥିଲା ତାଙ୍କର ଶେଷ ଇଚ୍ଛା।

ଫାଶୀ ପୂର୍ବରୁ ୪ ଦୋଷୀଙ୍କ ମଧ୍ୟରେ କେବଳ ମୁକେଶ ଓ ବିନୟ ହିଁ ରାତିର ଖାଇବା ଖାଇଥିଲେ । କିନ୍ତୁ ପବନ ଓ ଅକ୍ଷୟ ଖାଦ୍ୟ ଖାଇ ନଥିଲେ। ଦୋଷୀ ମୁକେଶ ଫାଶୀ ପୂର୍ବରୁ ନିଜ ପରିବାର ସହ ଶେଷ ଦେଖା କରିଥିଲା ।

ରାତି ସାରା ଟେନସନରେ ୪ ଦୋଷୀ ଶୋଇ ନଥିଲେ ବୋଲି ଜଣାପଡିଛି । ଦୋଷୀଙ୍କୁ ସକାଳେ ଜଳଖିଆ ପାଇଁ ପଚରା ଯାଇଥିଲା, କିନ୍ତୁ ସେମାନେ ମନା କରିଥିଲେ ।

ଫାଶୀ ପରେ ଦୋଷୀମାନଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ଦିନ ଦୟାଲ ମେଡିକାଲକୁ ନିଆଯିବ। ଶୁକ୍ରବାର ସକାଳ ୮ ଟାରେ  ପୋଷ୍ଟମୋର୍ଟାମ ହେବ। ଏହାପରେ ପରିବାର ଲୋକଙ୍କୁ ଶବ ବିଷୟରେ ପଚରାଯିବ।

ତେବେ କୌଣସି ବି ଦୋଷୀ ନିଜର ଶେଷ ଇଚ୍ଛା ବ୍ୟକ୍ତ କରିନଥିଲେ।

Get real time updates directly on you device, subscribe now.