fbpx

୪ ସଇତାନଙ୍କୁ ଫାଶୀ ପରେ କଣ କହିଲେ ନିର୍ଭୟାଙ୍କ ମାଆ?

ନୂଆଦିଲ୍ଳୀ,୨୦ ।୩: ଦୀର୍ଘ ୭ ବର୍ଷ ୩ ମାସର ଅପେକ୍ଷା ପରେ ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ନରହନ୍ତାଙ୍କୁ ଫାଶୀ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ । ସେ କହିଛନ୍ତି ଯେ, ଫାଶୀ ପରେ ପୂରା ଦେଶକୁ ନ୍ୟାୟ ମିଳିଲା । ଆଜିର ଦିନ ଦେଶର ସମସ୍ତ ଝିଅମାନଙ୍କ ପାଇଁ । ନ୍ୟାୟ ମିଳିଲା, କିନ୍ତୁ ଲଢେଇ ଏବେ ବି ମୋର ଜାରି ରହିଛି ।’

ଆଶା ଦେବୀ କହିଛନ୍ତି ଯେ, ୭ ବର୍ଷର ସଂର୍ଘଷ ପରେ ଆଜି ନ୍ୟାୟ ମିଳିଛି । ପ୍ରଥମଥର ପାଇଁ ଦେଶରେ ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇଛି । ବିଳମ୍ବ ହେଉ ପଛେ, ଆମକୁ ନ୍ୟାୟ ମିଳିଲା । ଏଥିପାଇଁ ସରକାର, ଅଦାଲତ ଓ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି ।’

ଫାଶୀ ପରେ ନିର୍ଭୟାଙ୍କ ବାପା କହିଛନ୍ତି ଯେ, ‘ନ୍ୟାୟ ପାଇଁ ବହୁତ ସଂଘର୍ଷ କଲୁ । ଶେଷ ନ୍ୟାୟ ପାଇଲୁ । କୌଣସି ମାମଲାରେ ପୁଅ, ଝିଅଙ୍କ ମଧ୍ୟରେ ଫରକ୍ ଦେଖିବାକୁ ଉଚିତ୍ ନୁହେଁ ।’

Get real time updates directly on you device, subscribe now.