fbpx

ନିର୍ଭୟା ମାମଲା: ଡିଡିୟୁ ମେଡିକାଲରେ ୪ ସଇତାନଙ୍କ ପୋଷ୍ଟମର୍ଟମ କରିବେ ୫ ଡାକ୍ତର

ନୂଆଦିଲ୍ଲୀ,୨୦ ।୩: ନିର୍ଭୟା ଗଣଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ କୁମାର ସିଂଙ୍କୁ ଶେଷରେ ମୃତ୍ୟୁଦଣ୍ଡ ଦିଆଯାଇଛି । ତିହାର ଜେଲରେ ଆଜି ସକାଳ ୫.୩୦ଟାରେ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇଥିଲା । ଏବେ ୪ ଦୋଷୀଙ୍କ ଶବ ଦୀନ ଦୟରାଲ ଉପାଧ୍ୟାୟ ମେଡିକାଲକୁ ଅଣାଯାଇଛି । ମେଡିକାଲରେ ପାଞ୍ଚଜଣ ଡାକ୍ତରର ଏକ ଟିମ୍ ସେମାନଙ୍କ ପୋଷ୍ଟମର୍ଟମ କରିବେ । ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ ମଧ୍ୟ ହେବ ।

ତେବେ ତିହାର ଜେଲର ଡିଜି ସନ୍ଦୀପ ଗୋୟଲଙ୍କ ତତ୍ତ୍ୱାବଧାନରେ ଦୋଷୀମାନଙ୍କୁ ଫାଷୀ ଦିଆଯାଇଥିଲା । ମିଳିଥିବା ସୂଚନା ମୁତାବକ, ୪ ଦୋଷୀ ଫାଶୀ ପୂର୍ବରୁ ନା କିଛି ଖାଇଥିଲେ ନା ଗାଧୋଇଥିଲେ । ଏହା ସହ ସେମାନେ ନିଜର ଶେଷ ଇଚ୍ଛା ମଧ୍ୟ କହିନଥିଲେ । ଜେଲରେ ଟଙ୍କା ଯେତିକି ଟଙ୍କା ରୋଜଗାର କରିଥିଲେ, ତାହା ସେମାନଙ୍କ ପରିବାରକୁ ଦିଆଯିବ । ଏହା ସହ ସେମାନଙ୍କ ବସ୍ତ୍ର ଓ ଅନ୍ୟ ସାମଗ୍ରୀ ମଧ୍ୟ ପରିବାରକୁ ଦିଆଯିବ ।

Get real time updates directly on you device, subscribe now.