fbpx

ନିର୍ଭୟା ମାମଲାରେ ବିଳମ୍ବିତ ହେବ ଫାଶୀ

ନୂଆଦିଲ୍ଲୀ,୧୬ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଆବେଦନ ଉପରେ ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣି ଜାରି ରହିଛି । ଏନେଇ ମୃତ୍ୟୁ ପରୱାନାକୁ ବିଳମ୍ବିତ କରାଯାଇଛି । ଦୋଷୀ ମୁକେଶର କ୍ଷମା ପ୍ରାର୍ଥନା ଆବେଦନ ଗୃହମନ୍ତ୍ରାଳୟରେ ପହଞ୍ଚିଥିବା ବେଳେ ଏହା ଖୁବ୍ ଶୀଘ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ୨୨ ଜାନୁଆରୀ ସକାଳେ ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ, କିନ୍ତୁ କୋର୍ଟରେ ଶୁଣାଣି ଯୋଗୁଁ ଏହାକୁ ଘୁଞ୍ଚାଯାଇଛି । କୋର୍ଟଙ୍କ କହିବା ମୁତାବକ, ମୃତ୍ୟୁ ପରୱାନା ଉପରେ ରୋକ୍ ଆବଶ୍ୟକତା ନାହିଁ । କ୍ଷମାପ୍ରାର୍ଥନା ଆବେଦନ ବିଳମ୍ବ ହେଲେ ଆପେ ଆପେ ରୋକ୍ ଲାଗିଯିବ ।’

ତେବେ ନିର୍ଭୟା ମାମଲାରେ ଗତ ୧୪ତାରିଖ ଦିନ କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିଲା । ଏହି ଆବେଦନ ଖାରଜ ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିିଥିଲା ।

Get real time updates directly on you device, subscribe now.