fbpx
BSKY SKY
BSKY SKY

ମାଲାମାଲ୍ ହେବେ ଚାକିରିଆ, ଏହି ଦିନ ଲୋକଙ୍କୁ ୩ଟି ବଡ଼ ଗିଫ୍ଟ ଦେବେ ଅର୍ଥମନ୍ତ୍ରୀ !

BSKY

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା ହେବାକୁ ଆଉ ୬୦ ଦିନରୁ କମ୍ ସମୟ ବାକି ରହିଛି । ୧ ଫେବୃଆରୀ ୨୦୨୩ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପ୍ରତ୍ୟେକ ଥର ପରି ଏଥର ବଜେଟରେ ଚାଷୀ ଏବଂ ଚାକିରିଆଙ୍କ ଆଶା ଅଧିକ ରହିଛି । ମୁଦ୍ରାସ୍ଫୀତିର ରେକର୍ଡ ସ୍ତର ମଧ୍ୟରେ ଅର୍ଥମନ୍ତ୍ରୀଙ୍କ ସାମ୍ନାରେ ଏଥର ବଜେଟ୍ ସମ୍ବନ୍ଧରେ ଅନେକ ଚ୍ୟାଲେଞ୍ଜ ରହିଛି । ତେବେ ନଭେମ୍ବର ପାଇଁ ହୋଇଥିବା ଆକଳନ ମୁଦ୍ରାସ୍ଫୀତି ସମ୍ପର୍କରେ କିଛି ଆରାମ ମିଳିବାକୁୁ ଯାଉଛି । ଟ୍ୟାକ୍ସ ସ୍ଲାବରେ ରିଲିଫ୍ ଦେବା ସହିତ ଦୀର୍ଘ ଦିନ ଧରି ଅନେକ ଦାବି କରାଯାଉଛି । ଏଥର ବଜେଟରୁ ବେତନ ପ୍ରାପ୍ତ ଶ୍ରେଣୀର ଆଶା ଅଧିକ ରହିଛି । ଆଶା କରାଯାଉଛି ଯେ, ଏଥର ଅର୍ଥମନ୍ତ୍ରୀ ବେତନ ପାଉଥିବା ଶ୍ରେଣୀକୁ ନିରାଶ କରିବେ ନାହିଁ ।

ବେତନ ପ୍ରାପ୍ତ ଶ୍ରେଣୀର ପ୍ରଥମ ଏବଂ ମୁଖ୍ୟ ଚାହିଦା ଟିକସ ଛାଡ ବିଷୟକୁ ନେଇ ରହିଛି । କୋଟି କୋଟି ଚାକିରିଆଙ୍କ ପକ୍ଷରୁ ଦୀର୍ଘ ସମୟ ଧରି ୨.୫ ଲକ୍ଷ ଟଙ୍କାର ମୌଳିକ ରିହାତିର ପରିସର ବଢ଼ାଇବାକୁ ଦାବି କରି କରାଯାଇଥିଲା । ବିଶେଷଜ୍ଞମାନେ ଗତଥର ମଧ୍ୟ ମୌଳିକ ଛାଡର ପରିସର ବୃଦ୍ଧି କରିବାର ଆଶା ପ୍ରକାଶ କରିଥିଲେ । କିନ୍ତୁ ଏଥର ଆଶା କରାଯାଉଛି ଯେ, ନିଯୁକ୍ତି ସପକ୍ଷରେ ଅର୍ଥମନ୍ତ୍ରୀ ଘୋଷଣା କରିବେ । ଅର୍ଥମନ୍ତ୍ରୀ ମୌଳିକ ଛାଡକୁ ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ।

ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ପାଇଁ ଦାବି
ଏଥର ୨୦ ଲକ୍ଷରୁ ଅଧିକ ଆୟ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ପାଇଁ ଦାବି ରହିଛି । ସେହିଭଳି ୧୦ ରୁ ୨୦ ଲକ୍ଷ ଆୟ ଉପରେ ଟ୍ୟାକ୍ସକୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରହିଛି । ବର୍ତ୍ତମାନର ଟ୍ୟାକ୍ସ ସ୍ଲାବରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦିଆଯାଉ ନାହିଁ । ୨.୫ ରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୫ ରୁ ୭.୫ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଟ୍ୟାକ୍ସ । ସେହିଭଳି ୭.୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଟ୍ୟାକ୍ସ ରହିଛି ।

୮୦C ସୀମାରେ ପରିବର୍ତ୍ତନ ପାଇଁ ଦାବି
ଏହି ବଜେଟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଧାରା ୮୦C ଅନୁଯାୟୀ ବିନିଯୋଗ ସୀମା ମଧ୍ୟ ବୃଦ୍ଧି କରାଯାଇପାରିବ । ବର୍ତ୍ତମାନ ଏହି ସୀମା ହେଉଛି ୧.୫ ଲକ୍ଷ ଟଙ୍କା ରହିଛି । ୧ ଫେବୃଆରୀ ୨୦୨୩ ରେ ବଜେଟ୍ ଉପସ୍ଥାପନା ସମୟରେ ଏହାକୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ।

Get real time updates directly on you device, subscribe now.