fbpx

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ କେବେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଆସିଲା ବଡ଼ ଅପଡ଼େଟ

Advertisement

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇର ଶେଷ ସପ୍ତାହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୁର୍ଣ୍ଣ ବଜେଟ୍ ଉପସ୍ଥାପନ କରିପାରନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଜୁନ୍ ୨୦ ରେ ଇଣ୍ତଷ୍ଟ୍ରି ଚାମ୍ବରରୁ ପରାମର୍ଶ ନେବେ। ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁନ୍ ୧୮ରେ ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରାଙ୍କ ସହ ବଜେଟ୍ ଉପରେ ପରାମର୍ଶ ନେବା ନେଇ ମଧ୍ୟ ସୂଚନା ରହିଛି ।

୨୦୨୪-୨୫ର ବଜେଟ୍ ମୋଦି ସରକାରଙ୍କ ଆର୍ଥିକ ଏଜେଣ୍ଡାର ବାହ୍ୟରେଖା ସ୍ଥିର କରିବ ବୋଲି ବିଶ୍ୱାସ କରାଯାଉଛି ।

ଏହି ବଜେଟରେ ଦେଶର ବିକାଶର ଗତି ବୃଦ୍ଧି କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯବ । ଏଥର କେନ୍ଦ୍ରରେ ଏକ ମିଳିତ ସରକାର ଅଛି ଏବଂ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଠାରୁ ବହୁ ଦୂରରେ, ତେଣୁ ଏଥର ମିଳିତ ମଞ୍ଚର ପ୍ରତିବନ୍ଧକ ମଧ୍ୟ ଉପରେ ନଜର ରଖି ବଜେଟ୍ ପ୍ରସ୍ତୁତ କରାଯିବ ।

ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ଏବଂ ଏହାକୁ ଆହୁରି ଗତି ଦେବା ଉପରେ ବଜେଟ୍ ଧ୍ୟାନ ଦେଇପାରେ। ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ସହିତ ଆଗାମୀ ଭବିଷ୍ୟତରେ ୨୦୪୭ ସୁଦ୍ଧା ବିକଶିତ ଭାରତର ଧାରଣାକୁ କିପରି ହୃଦୟଙ୍ଗମ କରାଯିବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଗତି ୭.୨ ପ୍ରତିଶତ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ଭାବନାକୁ ପ୍ରକାଶ କରିଛି। ଏହି ବଜେଟରେ ଦେଶର କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେବେ । ଏହା ସହିତ ସରକାର ରୋଜଗାର ସୃଷ୍ଟି ଉପରେ ମଧ୍ୟ ଧ୍ୟାନ ଦେବେ ।

ନିର୍ମଳା ସୀତାରମଣ ତାଙ୍କ ପାଞ୍ଚ ବର୍ଷ କାର୍ୟ୍ୟକାଳ ମଧ୍ୟରେ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ସେ ୨୦୨୪ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ । ସେ ହେଉଛନ୍ତି ଏକମାତ୍ର ମହିଳା ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ଅର୍ଥମନ୍ତ୍ରୀ ହୋଇଛନ୍ତି।

Get real time updates directly on you device, subscribe now.