fbpx

ଟୋକିଓ ଅଲିମ୍ପିକ୍: ଫାଇନାଲରେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି । ଅଲିମ୍ପିକର କ୍ୱାଲିଫିକେସନ ରାଉଣ୍ଡରରେ ୮୬.୬୫ ମିଟର ଦୂରତା ଥ୍ରୋ କରି ନିରଜ ଏହି ଗୌରବ ହାସଲ କରିଛନ୍ତି ।

୨୩ ବର୍ଷୀୟ ନିରଜ ନିଜର ପ୍ରଥମ ପ୍ରୟାସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି । କୋଭିଡ୍-୧୯ କାରଣରୁ ନିରଜଙ୍କ ଅଲିମ୍ପିକ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା । ତଥାପି ସେ ନିଜର ପ୍ରଶଂସକଙ୍କୁ ନିରାଶ ନ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛନ୍ତି । ଆସନ୍ତା ୭ ତାରିଖ ଦିନ ଫାଇନାଲ ହେବାକୁ ଥିବାବେଳେ ଏଥିରେ ୧୨ ଜଣ ଶୀର୍ଷ ଖେଳାଳି ସ୍ଥାନ ପାଇବେ ବୋଲି ଜଣାପଡ଼ିଛି । ପୂର୍ବରୁ ନିରଜ ଏସିଆନ୍ ଗେମ୍ସ, କମନୱେଲଥ୍ ଗେମ୍ସ ଓ ଏସିଆନ୍ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦ ହାସଲ କରିଥିଲେ।

Get real time updates directly on you device, subscribe now.