fbpx
BJD
BJD SKY
BJD SKY

୫ ବର୍ଷ ଭିତରେ ଭାରତରେ ବ୍ୟାନ୍ ହୋଇଯିବ ପେଟ୍ରୋଲ: ନିତିନ ଗଡ଼କରୀଙ୍କ ବଡ଼ ବୟାନ୍

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ରେଟ୍ ବଢ଼ୁଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ଦାବି କରି କହିଛନ୍ତି ଯେ, ଆସନ୍ତା ୫ ବର୍ଷ ଭିତରେ ଦେଶରେ ପେଟ୍ରୋଲ ବ୍ୟାନ୍ ହୋଇଯିବ । ତେଲ ଦରକୁ ନେଇ ଚିନ୍ତାରେ ଥିବା ଲୋକମାନେ ମନ୍ତ୍ରୀଙ୍କ ଏଭଳି ବୟାନ୍ ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଶୁକ୍ରବାର ଦିନ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇ କହିଛନ୍ତି ଯେ, ଭାରତରେ ଆସନ୍ତା ୫ ବର୍ଷ ମଧ୍ୟରେ ପେଟ୍ରୋଲ ଶେଷ ହୋଇଯିବ । ଫଳରେ ଭାରତରେ ପେଟ୍ରୋଲ ଉପରେ ବ୍ୟାନ୍ ଲଗାଯିବ ।

ଗୁରୁବାର ଦିନ ଓକୋଲାସ୍ଥିତ ଡ. ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ ତମ ସମାରୋହରେ ଯୋଗ ଦେଇ ଗଡକରୀ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଉପରେ ବ୍ୟାନ୍ ଲାଗିବ । ଏହି ଅବସରରେ ଗଡକରୀଙ୍କୁ ‘ଡକ୍ଟର ଅଫ୍ ସାଇନ୍ସ’ ର ଉପାଧି ପ୍ରଦାନ କରିଥିଲା କୃଷି ବିଶ୍ୱବିଦ୍ୟାଳୟ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର କୁଳପତି ଭାଗବତ ସିଂ କୋଶୟାରି ଅଧ୍ୟକ୍ଷତା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ଏବେ ବିଦର୍ଥରେ ନିର୍ମିତ ବାୟୋ-ଇଥାନଲ ଯାନରେ ବ୍ୟବହୃତ ହେଉଛି । ଗ୍ରୀନ୍ ହାଇଡ୍ରୋଜେନର ନିର୍ମାଣ କୂଅର ପାଣିରୁ କରାଯାଇପାରେ ଓ ଏହାକୁ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି କରାଯାଇପାରିବ । ସେ କହିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶ ପେଟ୍ରୋଲ ସରିଯିବ । କେବଳ ଗହମ, ଚାଉଳ, ମକା ଇତ୍ୟାଦି ପାରମ୍ପାରିକ ଫସଲ କରିବା ଦ୍ୱାରା କୃଷକଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ନାହିଁ । ବର୍ତ୍ତମାନ ଚାଷୀଙ୍କୁ କିଛି ଅଲଗା କରିବାକୁ ପଡିବ । ଗାଡକରୀ କହିଛନ୍ତି ଯେ, ଏବେ କୃଷକଙ୍କୁ ଅନ୍ନଦାତା ସହ ଶକ୍ତିଦାତା ହେବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.