fbpx
BSKY
BJD SHG SKY
BJD YOUTH SKY

ନବୀନଙ୍କ ପରେ ଆଜି ହେମନ୍ତ ସୋରେନଙ୍କୁ ଭେଟିବେ ନୀତୀଶ କୁମାର; ବିରୋଧୀ ମେଣ୍ଟ ପାଇଁ ବୁଝାଇବେ ନା ବ୍ୟକ୍ତିଗତ ବୈଠକ କହି ଲୁଚାଇବେ

ନୂଆଦିଲ୍ଳୀ:ବିରୋଧୀ ମାନଙ୍କୁ ବୁଝାଇବା ପାଇଁ ଏବେ ଲାଗିପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବାକୁ ଯାଉଛନ୍ତି ।

ତେବେ ତାଙ୍କର ଗତକାଲିର ଓଡିଶାଗସ୍ତ ଉପରେ ନୀତୀଶ କହିଛନ୍ତି ଯେ ଏହି ଗସ୍ତ କେବଳ ଏକ ବ୍ୟକ୍ତିଗତ ଗସ୍ତ ରହିଥିଲା । ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । ଏବଂ ତୃତୀୟ ସାମ୍ମୁକ୍ଷ୍ୟ ଗଠନକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । କିନ୍ତୁ ଆଜରି ଯେଉଁ ରହିଛି ଏହା ବିରୋଧୀ ମେଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ପାରେ ବୋଲି ଆଶା କରାଯାଉଛି ।

ସୂଚନାମୁତାବକ କେନ୍ଦ୍ରରେ ବିଜେପି ସରକାରଙ୍କୁ ହଟାଇବାକୁ ହେଲେ ବିରୋଧୀ ମାନଙ୍କୁ ଏକଜୁଟ ହେବାକୁ ପଡିବ । କିନ୍ତୁ ଅସୁବିଧା ଏଯାବତ ବିରୋଧୀ ମାନଙ୍କ ମନ ମିଶୁ ନାହିଁ । ଯାହା ଫଳରେ ମୁଠା ଶକ୍ତ ହେବା ବଦଳରେ ଧୀରେ ଧୀରେ କମଜୋର ହେବାକୁ ଲାଗିଛି । ତେବେ ବର୍ତ୍ତମାନ ପରିସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ନୀତୀଶ ଏବେ ଲାଗି ପଡିଛନ୍ତି । ଏହି କ୍ରମରେ ଆଜି ରାତି ପ୍ରାୟ ୫ ଟା ସମୟରେ ରାଞ୍ଚିରେ ନୀତୀଶ କୁମାର ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ଏହି ସଭା ସିଏମ୍ ହେମନ୍ତ ସୋରେନଙ୍କ ବାସଭବନରେହେବାର ସମ୍ଭାବନା ରହିଛି।

ରାଜ୍ୟର ୧୪ ଟି ଲୋକସଭା ଆସନ ଦୃଷ୍ଟିରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବର୍ତ୍ତମାନ ଏନଡିଏର ପାଖରେ ୧୨ ଟି ଆସନ ଥିବାବେଳେ ଜେଏମଏମ ଏବଂ କଂଗ୍ରେସ ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି । ଜେଡିୟୁ ସହିତ ସୋରେନଙ୍କ ସମ୍ପର୍କ ବହୁତ ଭଲ ରହିଛି । ତେବେ ସୋରେନଙ୍କୁ ବୁଝାଇବା ସହିତ ନୂତନ ମେଣ୍ଟ ପାଇଁ ପ୍ରସ୍ତାବ ଦିଆଯାଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.