fbpx

NLC ଇଣ୍ଡିଆ ଲିମିଟେଡରେ ଖାଲି ରହିଛି ୨୯୪ ପଦବୀ : ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ : NLC ଇଣ୍ଡିଆ ଲିମିଟେଡରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ,ଡେପୁଟି ଜେନେରାଲ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ବାହାର କରାଯାଇଛି । ଜୁଲାଇ ୫ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୪ଟି ପଦବୀ ପୂରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟ www.nlcindia.in କୁ ଯାଇ ଆବେଦନ କରି ପାରିବେ । ପଦବୀର ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ, NLC India jobs 2023 PDF ଉପରେ କ୍ଲିକ କରି ଦେଖିପାରିବେ ।

ଆବେଦନର ସମୟ ସୀମା :
. ଅନଲାଇନ ଆବେଦନ ଆରମ୍ଭ-ଜୁଲାଇ ୦୫, ୨୦୨୩
. ଅନଲାଇନ ଆବେଦନ ଶେଷ- ଅଗଷ୍ଟ ୦୩, ୨୦୨୩

ଆବେଦନ ଶୁଳ୍କ :
. UR/EWS/OBC ପ୍ରାର୍ଥୀଙ୍କ ପାଇଁ – ୮୫୪ ଟଙ୍କା
. SC/ST/PWBD/Ex-Servicemen ପ୍ରାର୍ଥୀଙ୍କ ପାଇଁ – ୩୫୪ ଟଙ୍କା

ଶିକ୍ଷାଗତ ଯୋଗ୍ୟତା :
. ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ B.Tech/ B.E./ M.Sc. / M.Tech / CA / PG ଡିଗ୍ରୀ / ଡିପ୍ଲୋମା ।
. ସମ୍ପୃକ୍ତ କାର୍ଯ୍ୟର ଅଭିଜ୍ଞତା

ଚୟନ ପ୍ରକ୍ରିୟା :
. କେବଳ ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।
. ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ ।

ଦରମା :
. ମନୋନୀତ ପ୍ରାର୍ଥୀଙ୍କୁ ସପ୍ତମ ବେତନ ସ୍କେଲ୍ ଅନୁଯାୟୀ ଦରମା ପ୍ରଦାନ କରାଯିବ ।
. ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ ।

କିପରି କରିବେ ଆବେଦନ:
. ଅଫିସିଆଲ୍ ୱେବସାଇଟ୍ www.nlcindia.in କୁ ଯାଆନ୍ତୁ ।
. ହୋମ୍‌ପେଜ୍‌ରେ କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
. ଆବେଦନ ଫର୍ମ ପୁରଣ କରନ୍ତୁ ।
. ଆବେଦନ ଶୁଳ୍କ ଦିଅନ୍ତୁ ।
. ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
. ଫର୍ମ ଦାଖଲ କରି ପ୍ରମାଣ ପାଇଁ ସେଥିରୁ ଏକ ପ୍ରିଣ୍ଟ ଆଉଟ୍ ବାହାର କରନ୍ତୁ ।

Get real time updates directly on you device, subscribe now.