fbpx

NMC କଲା ନୂଆ ନିୟମ: ରୋଗୀ ମାରପିଟ ବା ଗାଳିଗୁଲଜ କଲେ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରୋଗୀ ବା ରୋଗୀଙ୍କ ସମ୍ପର୍କୀୟ ମେଡିକାଲରେ ବଡ଼ଧରଣର କାରନାମା କରିଥାନ୍ତି । ଏପରିକି କିଛି ବ୍ୟକ୍ତି ମେଡିକାଲ କର୍ମଚାରୀଙ୍କ ପ୍ରତି ଖରାପ ଆଚରଣ ମଧ୍ୟ କରିବାକୁ ପଛାଇ ନଥାନ୍ତି । ତେବେ ଏନେଇ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ଏକ ନୂଆ ନିୟମ ଜାରି କରିଛନ୍ତି । ଯଦି କୌଣସି ରୋଗୀ ଡାକ୍ତରଙ୍କ ବିରୋଧରେ ହିଂସାତ୍ମକ ଆଚରଣ କରନ୍ତି ତେବେ ଏ କ୍ଷେତ୍ରରେ ଡାକ୍ତର ଉକ୍ତ ରୋଗୀଙ୍କର ଚିକିତ୍ସା କରିବାକୁ ମନା କରିପାରିବେ ।

ନୂଆ ନିୟମ ମୁତାବକ, ଡାକ୍ତରଙ୍କ ବିରୋଧରେ ହିଂସାତ୍ମକ ଆଚରଣ କରାଗଲେ, ଗାଳିଗୁଲଜ କରାଗଲେ, ମାରପିଟ କରାଗଲେ ଡାକ୍ତର ଉକ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିପାରିବେ । ଏଥିସହତ ଡାକ୍ତର କୌଣସି ମେଡିସିନ କମ୍ପାନୀ ପକ୍ଷରୁ କୌଣସି ଉପହାର ଗ୍ରହଣ କରିପାରିବେ ନାର୍ହି । ଏନଏମସିର ମେଡିକାଲ ଏଥିକ୍ସ କୋର୍ଡ ୨୦୦୨ରେ ଏହି ନୂଆ ପରିବର୍ତ୍ତନ କରାଯାଇଥିବା ବେଳେ ଏହା ଏବେ ଲାଗୁ କରାଯାଇଛି ।

ହିଂସାତ୍ମକ, ଗାଳିଗୁଲଜ କରୁଥିବା ଓ ନିୟନ୍ତ୍ରଣ ହରାଇଥିବା ରୋଗୀଙ୍କର ଚିକିତ୍ସା କରିବାକୁ ଡାକ୍ତର ମନା କରିପାରିବେ । ଏପରି ରୋଗୀଙ୍କଙ୍କ ଚିକିତ୍ସା ପାଇଁ ଅନ୍ୟ ସେଣ୍ଟରକୁ ରେଫର କରାଯାଇ ପାରିବ । ଏମେର୍ଜେନ୍ସି ପରିସ୍ଥିତିକୁ ଛାଡ଼ି ହିଂସାତ୍ମକ ରୋଗୀଙ୍କ କ୍ଷେତ୍ରରେ ଡାକ୍ତର ଏପରି ନିଷ୍ପତ୍ତି ନେଇ ପାରିବେ । ମାତ୍ର ଯଦି କୌଣସି ରୋଗୀଙ୍କର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ତେବେ ଏ କ୍ଷେତ୍ରରେ ଡାକ୍ତର ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ । କୌଣସି ରୋଗୀଙ୍କୁ ଯାଞ୍ଚ ଓ ଚିକିତ୍ସା କରିବା ପୂର୍ବରୁ ଫିସ୍ ବାବଦରେ ସୂଚନା ଦେବାକୁ ଡାକ୍ତରଙ୍କୁ କୁହାଯାଇଛି । ସର୍ଜରୀ ବା ଅନ୍ୟ କୌଣସି ପ୍ରୋସିଜିଓରରେ ଲାଗୁଥିବା ଖର୍ଚ୍ଚର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଯଦି ରୋଗୀ ଫିସ୍ ଭରଣା କରିବ ନାହିଁ ତେବେ ପଞ୍ଜିକୃତ ଡାକ୍ତରୀ ଚିକିତ୍ସକ ଟ୍ରିଟମେଣ୍ଟ ପାଇଁ ମନା କରିପାରିବେ ।

Get real time updates directly on you device, subscribe now.