fbpx

କରୋନା କଟକଣା, ସାବର ଶ୍ରୀକ୍ଷେତ୍ରରେ ହେବନି ରଥଟଣା

ଜୟପୁର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସାବର ଶ୍ରୀକ୍ଷେତ୍ର କୋରାପୁଟରେ ପାଳନ ହେବନି ରଥଯାତ୍ରା । ରଥଯାତ୍ରା ପାଳନ ଉପରେ କଟକଣା ଲାଗୁ ହୋଇଛି । ତେଣୁ ଜିଲ୍ଲାର କୌଣସି ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ ହୋଇପାରିବ ନାହିଁ । ଏଥିସହିତ ମନ୍ଦିର ପରିସର ବାହାରେ ରଥ ଟାଣିବା ଉପରେ ରୋକ ଲଗାଯାଇଛି । ମନ୍ଦିର ପରିସରରେ ଅଳ୍ପ ସେବାୟତଙ୍କୁ ନେଇ ନୀତି ସମ୍ପନ୍ନ ହେବ । କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.