fbpx

ଅଚାନକ୍ ସୁଗନ୍ଧ ଓ ସ୍ୱାଦ ହରାଇବା କରୋନାର ଲକ୍ଷଣ

ସୁଗନ୍ଧ ଓ ସ୍ୱାଦ ହରାଇବା ଭଳି ସମସ୍ୟାକୁ କରୋନା ଭାଇରସର ଲକ୍ଷଣ ସହ ଯୋଡିଛନ୍ତି କେନ୍ଦ୍ର ସରକାର । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ:କୋଭିଡ-୧୯’ ଡକ୍ୟୁମେଣ୍ଟରେ ୭ ଅନ୍ୟ ଲକ୍ଷଣ ତାଲିକାରେ ‘ଗନ୍ଧ ଓ ସ୍ୱାଦ ହରାଇବା’କୁ ଯୋଡାଯାଇଛି । ତେବେ ଭାରତରେ କରୋନା ମହାମାରୀ କ୍ରମାଗତ ଭାବେ ବଢିଚାଲିଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷକୁ ବୃଦ୍ଧି ପାଇଛି । ଗତ ରବିବାରରେ କୋଭିଡ-୧୯କୁ ନେଇ ଅନୁଷ୍ଠିତ ହୋଇଥିବା ଜାତୀୟ ଟାସ୍କ ଫୋର୍ସ ବୈଠକରେ ଏହି ବିଷୟ ଉପରେ ଆଲୋଚନା କରାଯାଇଥିଲା । କିନ୍ତୁ ଆଜି ମନ୍ତ୍ରାଳୟ ଏହାକୁ କରୋନା ଲକ୍ଷଣରେ ଯୋଡିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନାକୁ ନେଇ କ୍ଲିନିକାଲ ଗାଇଡଲାଇନ୍ ଜାରି କରିଛି, ଯାହା ଅନୁଯାୟୀ ଗନ୍ଧ ଓ ସ୍ୱାଦ ପଳାଇବା କରୋନାର ଲକ୍ଷଣ ହୋଇପାରେ । ଗାଇଡଲାଇନ୍ ଅନୁଯାୟୀ, କରୋନା ହେବାର ଅଧିକ ବିପଦ ୬୦ ବର୍ଷରୁ ଅଧିକ, ମଧୁମେହ, ବ୍ଲଡ ପ୍ରେସର, ହୃଦ ରୋଗ, କର୍କଟ ରୋଗ, କ୍ୟାନସରେ ପୀଡିତ ଲୋକଙ୍କୁ ରହିଛି ।

Get real time updates directly on you device, subscribe now.