fbpx
BJD
BJD SKY
BJD SKY

ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ: ୩୧ ମାର୍ଚ୍ଚରେ ହେବ ନିଷ୍ପତ୍ତି

ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବାଚସ୍ପତି କାର୍ଯ୍ୟନୁଷ୍ଠାନ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି । ବାତ୍ତି କହିଛନ୍ତି ଯେ ୩୧ ମାର୍ଚ୍ଚ ସନ୍ଧ୍ୟା ୪ଟାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ହେବ, ଆଉ ଏହି ମତଦାନ ଇମ୍ରାନ ଖାନ ସରକାରଙ୍କ ଭବିଷ୍ୟତ ନିର୍ଦ୍ଦାରିତ କରିବ । ଇମରାନ ଖାନ ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ୧୬୧ ସାଂସଦ ସମର୍ଥନ କରୁଛନ୍ତି । ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିରୋଧୀ ନେତା ଶାହବାଜ ଶରୀଫ ଆଣିଛନ୍ତି । ସେ କହିଛନ୍ତି ଇମ୍ରାନଙ୍କ ଉପରେ ଜନତାଙ୍କ ବିଶ୍ୱାସ ନାହିଁ । ଏମିତିରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଦରକାର । ପାକିସ୍ତାନ ସଂସଦରେ ଶୁକ୍ରବାର ହିଁ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ ହେବାର ଥିଲା କିନ୍ତୁ ବାଚସ୍ପତି କୌଣସି କାରଣରୁ କାର୍ଯ୍ୟବାହୀ ସ୍ଥଗିତ କରିଥିଲେ ।

କୁହାଯାଉଛି ଯେ ଇମରାନ ଖାନଙ୍କ ସରକାରଙ୍କ ରଣନୀତି ଅନୁଯାୟୀ ସଦନର କାର୍ଯ୍ୟକ୍ରମ ସ୍ଥଗିତ ହେଉଛି ଫଳରେ ଇମ୍ରାନ କିଛି ସାଂସଦଙ୍କୁ ନିଜ ପକ୍ଷରେ କରିପାରିବେ । ରବିବାର ଇସଲାମାବାଦରେ ଇମ୍ରାନ ଏକ ବଡ଼ ରାଲି କରିଥିଲେ, ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏହି ରାଲିରେ ଇମ୍ରାନ କହିଥିଲେ ଯେ ବିଦେଶୀ ଶକ୍ତି ସାହାଯ୍ୟରେ ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ଏହାସହ ଯେ ନୱାଜ ସରିଫ୍, ଫଜଲୁରହମାନ ଏବଂ ବିଲାବଲ ଭୁଟ୍ଟୋଙ୍କୁ ଉପରେ ବର୍ଷିଥିଲେ ଏବଂ କହିଥିଲେ ତାଙ୍କ ସରକାର ଭାଙ୍ଗିବାକୁ ଡାକୁମାନେ ଏକଜୁଟ ହେଉଛନ୍ତି ।

Get real time updates directly on you device, subscribe now.