fbpx
BJD
BJD SKY
BJD SKY

ଓଟର ମୂଲ୍ୟ ୧୪ କୋଟି: ବିକ୍ରି ହେଲା ବିଶ୍ୱର ସବୁଠୁ ମହଙ୍ଗା ଓଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଳୀ: ଆରମ୍ଭ ହେବାକୁ ଯାଉଛି ଇସଲାମ ଧର୍ମର ପବିତ୍ର ପର୍ବ ରମଜାନ । ଏହା ପୂର୍ବରୁ ଚର୍ଚ୍ଚାରେ ଆସି ସାରିଲାଣି ସାଉଦି ଆରବ । ଏଠାରେ ଏକ ଓଟର ବିକ୍ରି ମୂଲ୍ୟ ଜାଣିଲେ ହୋସ ଉଡିଯିବ । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଓଟ ବୋଲି କୁହାଯାଉଛି । ଏହି ଓଟର ମୂଲ୍ୟ ୭ ମିଲିୟନ ସାଉଦି ରିୟାଲ ଅର୍ଥାତ ଭାରତୀୟ ମୁଦାରେ ଏହାର ଦାମ ୧୪ କୋଟିରୁ ଉଦ୍ଧ୍ୱର୍ ହେବ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଓଟକୁ ବିକିବା ପାଇଁ ସାର୍ବଜନିକ ଭାବେ ନିଲାମ କରାଯାଇଥିଲା । ଏହାର ଏକ ଭିଡିଓ ସୋଶଲ ମିଡିଆରେ ଅପଲୋଡ ହୋଇଛି । ପାରମ୍ପରିକ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ନିଲାମରେ ଓଟର ମୂଲ୍ୟ ଡାକୁତିବା ଦେଖାଯାଇଛି । ଓଟର ପ୍ରଥମ ବୋଲି ୫ ମିଲିୟନ ସାଉଦି ରିୟାଲ ଅର୍ଥାତ ୧୦ କୋଟି ୧୬ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା । ତେବେ ଏହି ଦାମ ବଢି ଶେଷରେ ୭ ମିଲିୟନରେ ପହଞ୍ଚିଥିଲା । ଯାହା ଭାରତୀୟ ମୁଦ୍ରାରେ ୧୪ କୋଟି ୨୩ ଲକ୍ଷ ଟଙ୍କା । ତେବେ ଓଟ ପାଇଁ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିଥିବା ଏହି ବ୍ୟକ୍ତିଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ ।

୧୪ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଏହି ଓଟକୁ ଦୁନିଆର ଏକ ଦୁର୍ଳଭ ଓଟ ବୋଲି ମଧ୍ୟ କୁହାଯାଏ । ବିଶେଷ ସୌନ୍ଦର୍ଯ୍ୟ ଏବଂ ସ୍ୱତନ୍ତ୍ରତା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି ଏହି ଓଟ । ଏହି ପ୍ରଜାତିର ଓଟ ଦୁନିଆୋର ବହୁତ କମ ପରିମାଣରେ ଦେଖିବାକୁ ମିଳନ୍ତି । ତେଣୁ ଏହି ନିଲାମୀରେ ଓଟର ଦାମ ୧୪ ମିଲିୟନ ପାର କରିଛି ।

Get real time updates directly on you device, subscribe now.