fbpx

ଅସହ୍ୟ ତାତିରେ ବେହାଲ ଓଡିଶା: ୪୦ ଡିଗ୍ରୀ ଅତିକ୍ରମ କଲା ୭ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଅନେକ ରାଜ୍ୟରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହୁଛି । ଫଳରେ ଅସହ୍ୟ ତାତିରେ ସାରା ରାଜ୍ୟ ବେହାଲ ହୋଇ ପଡିଛି । ରାଜ୍ୟର ମୋଟ ୭ଟି ସହରରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିିଥିବା ରେକର୍ଡ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ୪୧ ଡିଗ୍ରୀ ସହିତ ସର୍ବାଧିକ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ବଲାଙ୍ଗୀର ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ୭ଟି ସହରରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରକର୍ଡ କରାଯାଇଛି । ଯେଉଁଥିରେ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ବାରିପଦାରେ ତାପମାତ୍ରା ୪୦.୮ ରେକର୍ହ ହୋଇଥିବା ବେଳେ ଟିଟିଳାଗଡରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ସେହିପରି ତାଳଚେର, ଅନୁଗୁଳ ଏବଂ ସୋନପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ତେବେ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀରୁ କମ ରହିଛି । ରାଜଧାନୀରେ ତାପମାତ୍ରା ୩୭.୨ଡିଗ୍ରୀ ରହିଥିବା ବେଳେ କଟକରେ ତାତି ୩୭ ଡିଗ୍ରୀରେ ପହଞ୍ଚିଛି । ସେପଟେ ଆଗାମୀ ଦୁଇ ଦିନ ମଧ୍ୟରେ ତାତି ଆହୁରି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି । ଦୁଇ ଦିନ ମଧ୍ୟରେ ଏହି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ ବୋଲି କହିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.