fbpx
BJD SKY
BJD SKY

ଆଜି ମୁହାଁମୁହିଁ ହେବେ ହାର୍ଦ୍ଦିକ-ରାହୁଲ: ଦେଖନ୍ତୁ କ’ଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ଇଲେଭେନ

BJD

ନୂଆଦିଲ୍ଳୀ: ୨୦୨୨ର ଚତୁର୍ଥ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଘନିଷ୍ଠ ବନ୍ଧୁ କେ.ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ଚଳତ ସିଜନରେ ଯୋଡି ହୋଇଥିବା ଦୁଇ ନୂଆ ଦଳ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ ମଧ୍ୟରେ ହେବ ଏହି ମୁକାବିଲା । ଇଣ୍ଡିଆନ କ୍ରିକେଟ ଟିମର ଦୁଇ ସୁପରଷ୍ଟାର କେ.ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇ ଦଳର ଅଧିନାୟକ ଭାର ସମ୍ଭାଳୁଥିବା ନଜର ଆସିବେ । କିଛି ସମୟ ମଧ୍ୟରେ ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଦଳର ପ୍ଲେଇଙ୍ଗ ଇଲେଭେନ ଉପରେ ରହିଛି ସମସ୍ତଙ୍କ ନଜର ।

GT vs LSG Match Tickets | TATA IPL 2022 - BookMyShow

ରାହୁଲଙ୍କର ତିନି ବିଦେଶୀ ଷ୍ଟାର ଖେଳାଳି ଜାସନ ହୋଲ୍ଡର ଏବଂ କାଇଲ ମେୟର୍ସଙ୍କ ସମେତ ଡ୍ରାଫ୍ଟରେ ରହିଥିବା ମାର୍କସ ଷ୍ଟୋଇନିସ ମଧ୍ୟ ଏବେ ପର୍ଯ୍ୟନ୍ତ ଦଳ ସହିତ ଯୋଡି ହୋଇ ନାହାନ୍ତି । ସେହିଭଳି ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ମଧ୍ୟ ୱେଷ୍ଟଇଣ୍ଡିଜର ଅଲଜାରୀ ଜୋସେଫଙ୍କ ଅପେକ୍ଷାରେ ରହିଛନ୍ତି । ତେବେ ଏହି ୪ ଜଣ ଖେଳାଳିଙ୍କ ବିନା ଉଭୟ ଦଳ ଆଜି ମଇଦାନକୁ ଓହ୍ଲାଇବ । ସୁପର ଜିଆଣ୍ଟସ ତରଫରୁ ଅଧିନାୟକ ରାହୁଲ ଏବଂ ୱିକେଟ କିପର କ୍ୱିଣ୍ଟନ ଡିକକ୍ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେହିପରି ଗୁଜୁରାଟ ପାଇଁ ପାଳି ଆରମ୍ଭ କରିପାରନ୍ତି ଶୁଭମନ ଗିଲ ଏବଂ ଅଷ୍ଟ୍ରେଲିଆ ୱିକେଟ କିପର ମାଥ୍ୟୁ ୱେଡ । ଏତି ସହିତ ରିଦ୍ଧିମାନ ଶାହା ମଧ୍ୟ ଜଣେ ବିକଳ୍ପ ଭାବରେ ଦଳରେ ସାମିଲ ରହିଛନ୍ତି । ଏମିତି ରହିପାରେ ପ୍ଲେଇଙ୍ଗ ୧୧

ଗୁଜୁରାଟ ଟାଇଟନ୍ସ:

ଶୁଭମନ ଗିଲ, ମାଥ୍ୟୁ ୱେଡ(ୱିକେଟ କିପର), ରିଦ୍ଧିମାନ ଶାହା/ବିଜୟ ଶଙ୍କର, ଅଭିନବ ମନୋହର, ଡାଭିଡ ମିଲର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରାହୁଲ ତେୱାତିଆ, ରାଶିଦ ଖାନ, ଆର ସାଇ କିଶୋର, ଲକି ଫର୍ଗୁସନ ଏବଂ ମହମ୍ମଦ ଶାମୀ

ଲକ୍ଷେ୍ନø ସୁପର ଜିଆଣ୍ଟସ:

କେ.ଏଲ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡିକକ୍(ୱିକେଟ କିପର), ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, ମନନ ବୋହରା, କ୍ରୁନାଲ ପାଣ୍ଡ୍ୟା, ଅଙ୍କିତ ରାଜପୁତ, କୃଷ୍ଣପ୍ପା ଗୌତମ, ରବି ବିଷ୍ଣୋଇ, ଦୁଷ୍ମନ୍ଥା ଚମୀରା ଏବଂ ଅବେଶ ଖାନ ।

Get real time updates directly on you device, subscribe now.