fbpx
BJD SKY
BJD SKY

ଭଦୋଦରାରୁ ମୁମ୍ବାଇ ବିମାନରେ ଯାତ୍ରା କଲା ୭ ବର୍ଷର ଝିଅ, ଇଣ୍ଡିଗୋକୁ ଧନ୍ୟବାଦ ଦେଲେ ମା’

BJD

ବର୍ତ୍ତମାନ ଦୁନିଆରେ ଯେଉଁଭଳି ମାହୋଲ ହୋଇଛି । ଏମିତିରେ ଲୋକମାନେ ନିଜ ପିଲାମାନଙ୍କୁ ଏକୁଟିଆ ବାହାରକୁ ଛାଡ଼ିବାକୁ ପଠାଇବାରେ ଡରିଥାନ୍ତି । ଏମିତିକି ପିଲାଙ୍କୁ ଖେଳିବା ପାଇଁ ମଧ୍ୟ କେହି ପରିବାରବର୍ଗଙ୍କ ଉପସ୍ଥିତିରେ ପଠାଯାଏ । କିନ୍ତୁ ଏହା ସହ ପିଲା ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବା ଏବଂ ପିଲା ଖୁବ୍ ଶୀଘ୍ର ଆତ୍ମନିର୍ଭର ହେବା ଉପରେ ମଧ୍ୟ ଧ୍ୟାନ ରହିଥାଏ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଏକ ୭ ବର୍ଷର ଝିଅ ପ୍ରଥମ ଥର ଫ୍ଲାଇଟରେ ଯାତ୍ରା କରିଛି । ଆଉ ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଝିଅର ମା’ । ଭିଡିଓରେ ଦେଖାଯାଇଛି ଅନନ୍ୟା ନାମକ ଏହି ପିଲାଟି ଭଦୋଦରାରୁ ମୁମ୍ବାଇ ଏକୁଟିଆ ଯାତ୍ରା କରି ନିଜ ମା’ଙ୍କ ପାଖରେ ପହଞ୍ଚିଛି ।

ପ୍ରକୃତରେ କୌଣସି କାରଣରୁ ଅନନ୍ୟାଙ୍କୁ ନିଜ ଜେଜେମାଙ୍କ ଘରୁ ମୁମ୍ବାଇ ଏକୁଟିଆ ଯାତ୍ରା କରିବାକୁ ପଡ଼ିଲା । କିନ୍ତୁ ଅନନ୍ୟାଙ୍କ ମା’ ଏକ ଭିଡିଓ ଶେୟାର କରି ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ ଦେବା ସହ ଏହାର ପ୍ରକ୍ରିୟା ବିଷୟରେ କହିଛନ୍ତି । ସେ କହିଛନ୍ତି ଏଥିପାଇଁ ଏକ ଫର୍ମ ଭରିବାକୁ ହେବ ୨୨୦୦ ଟଙ୍କା ଡିପୋଜିଟ୍ କରିବାକୁ ହେବ ଯାହାପରେ ପିଲାକୁ କିଏ ନେବାକୁ ଆସିବେ ତାଙ୍କର ଏକ ପରିଚୟ ପତ୍ର ମଧ୍ୟ ଦେବାକୁ ହେବ । ଯାହାପରେ ବିମାନ କମ୍ପାନୀ ସୁରକ୍ଷିତ ଭାବରେ ପିଲାକୁ ପହଞ୍ଚାଇଥାନ୍ତି ।

Get real time updates directly on you device, subscribe now.