fbpx
BJD
BJD SKY
BJD SKY

ପଞ୍ଜାବର ୧୪ ପୋଲିସଙ୍କୁ ମିଳିଲା ପୁରସ୍କାର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତବେଳେ ଦେଇଥିଲେ ସୁରକ୍ଷା

ମୋଦୀଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଦେଇଥିବା ୧୪ ପୋଲିସଙ୍କୁ ମିଳିଛି ପୁରସ୍କାର । ପଞ୍ଜାବରେ ନିର୍ବାଚନ ପୂର୍ବରୁ ଗତ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ଫିରୋଜପୁର ଗସ୍ତ କରିଥିଲେ । ହେଲେ ତାଙ୍କ ଗସ୍ତ ସମୟରେ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଏମିତିକି ତାଙ୍କର ପୂରା କାରକେଡ଼ ଆଗରେ ଆନ୍ଦୋଳନ ଚାଲିଥିବା ବେଳେ ଗାଡ଼ିକୁ ଆଗକୁ ବଢିବାକୁ ଦେଇ ନଥିଲେ ଆନ୍ଦୋଳନକାରୀ । ଫଳରେ ଏକ ପୋଲ ଉପରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଫସି ଯାଇଥିଲା ।

ଏଭଳି ଅବ୍ୟବସ୍ଥାକୁ ନେଇ ସମାଲୋଚିତ ହୋଇଥିଲେ ତକ୍ରାଳୀନ କଂଗ୍ରେସ ସରକାର । ତେବେ ସେତେବେଳେ କଂଗ୍ରେସ ପଞ୍ଜାବରେ ଥିବା ବେଳେ ଏମିତି ଘଟଣା ଘଟିଥିଲା ଏବଂ ଏହି ସୁରକ୍ଷାଗତ ତୃଟି ଦୃଷ୍ଟିରୁ ପଞ୍ଜାବ ପୋଲିସକୁ ମଧ୍ୟ କଡ଼ା ନିନ୍ଦା ଶୁଣିବାକୁ ମିଳିଥିଲା । ଆଉ ଦେଶ ସାରା ଏହି ଘଟଣାକୁ ନେଇ ଆଲୋଚନା ସମାଲୋଚନା ମଧ୍ୟ ଜୋର ଧରିଥିଲା ।

ହେଲେ ପୁଣିଥରେ ମୋଦୀ ଗତ ପଞ୍ଜାବ ନିର୍ବାଚନ ବେଳେ ଫେବ୍ରୁଆରୀ ୧୪ ପଞ୍ଜାବର ଜଳନ୍ଧର ଗସ୍ତ କରିଥିଲେ ଏବଂ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ୧୪ ଜଣ ପୁଲିସଙ୍କୁ ଡ଼ିଜିପିଙ୍କ ପ୍ରଶଂସା ଫଳକ ଦେଇ ସମ୍ମାନିତ କରାଯାଇଛି । ଆଉ ଏହା ଦ୍ୱାରା ତକ୍ରାଳୀନ କଂଗ୍ରେସ ସରକାରଙ୍କୁ ମଧ୍ୟ ସିଧାସଳଖ ନହେଲେ ବି ପରୋକ୍ଷରେ ୱାର କରାଯାଇଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.