fbpx

ରାଜ୍ୟର ଆଉ ଏକ ଜିଲ୍ଲାରେ ଦୁର୍ଗାପୂଜା ନେଇ କଟକଣା ଜାରି, ଜାଣନ୍ତୁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କଟକରେ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । କଟକରେ ଆଗୁକ ଆସୁଥିବା ସାର୍ବଜନୀନ ଦୁର୍ଗାପୂଜା ହେବ ନାହିଁ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚଳିତଥର ଦୁର୍ଗାପୂଜା ପାଇଁ କଟକରେ କଟକଣା ଲାଗୁ ହୋଇଛି । କରୋନା ପାଇଁ କୌଣସି ମଣ୍ଡପକୁ ଅନୁମତି ମିଳିବ ନାହିଁ । ମଣ୍ଡପରେ ସାଜସଜ୍ଜା କିମ୍ବା ଲୋକଙ୍କ ଗହଳି ହେବ ନାହିଁ । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ପୂର୍ବରୁ ଜଗତସିଂହପୁରରେ ଦୁର୍ଗାପୂଜା ନେଇ କଟକଣା ଜାରି କରାଯାଇଥିଲା ।

Get real time updates directly on you device, subscribe now.