fbpx
BJD SKY
BJD SKY

ଖଡଗେ କିମ୍ବା ରାହୁଲ ଆସିଲେ କିଛି ପ୍ରଭାବ ନାହିଁ, ଫ୍ୟୁଜ ହୋଇଥିବା ବଲ ଜଳିବନି: ସାଂସଦ ପ୍ରତାପ ଷଡ଼ଙ୍ଗୀ

BJD

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇଥିଲେ। ତେବେ ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିଶେଷକରି ବିଜେପିକୁ ଟାର୍ଗେଟ କରି ଖଡ୍‌ଗେ କହିଛନ୍ତି, ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ। ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ। ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ। ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି।

ଏହା ସହ ଖଡ୍‌ଗେ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି। ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍। ବିଜେପି-ଆରଏସଏସ ବିଷ ଭଳି, ଏମାନଙ୍କ ସହ ମିଶିଲେ ଅନିଷ୍ଟ ହେବ। ମଣିପୁର ଜଳୁଛି, କିନ୍ତୁ ମୋଦୀ କୁଆଡେ ଗଲେ। ମୋଦୀ ନାଗାଲାଣ୍ଡ, ମଣିପୁର ଯାଇକି ଦେଖନ୍ତୁ ସେଠାରେ କଣ ସ୍ଥିତି ଅଛି। ଇନ୍ଦିରା ଓ ରାଜୀବ ଦେଶ ପାଇଁ ଜୀବନ ଦେଇଛନ୍ତି। କିନ୍ତୁ ଏବେ ମୋଦୀ ଏବେ ସମସ୍ତଙ୍କର ଜୀବନକୁ ଦୁଃର୍ବିସହ କରି ସାରିଲେଣି। ଇଡି, ଆଇଟି ରେଡ କରି ଶାସନ ଚଳାଇଛନ୍ତି ମୋଦୀ। ଯଦି ମୋଦୀ ଏହିଥର ନିର୍ବାଚନ ଜିତିବେ ତେବେ ଆଉ ନିର୍ବାଚନ ହେବନି। ଏକଛତ୍ରବାଦ ଶାସନ ଚଳାଇବେ, ନିର୍ବାଚନ କରାଇଦେବେନି। ତେଣୁ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ କରନ୍ତୁ। ତେବେ ଏହିପରି ବିଜେପିକୁ ଅନେକ ସାରା ସମାଲୋଚନା କରିଛନ୍ତି ଖଡ୍‌ଗେ। ଅନ୍ୟପଟେ ଖଡ୍‌ଗେଙ୍କ ଆଜିର ଓଡିଶା ଗସ୍ତକୁ ନେଇ ବିଜେପି ବି ତୀବ୍ର ସମାଲୋଚନା କରିଛି। ମୋଦିଙ୍କୁ ସୂର୍ଯ୍ୟ ସହ ତୁଳନା କରିଥିବା ବେଳେ ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ।

ସାଂସଦ ଷଡ଼ଙ୍ଗୀ କହିଛନ୍ତି, କଂଗ୍ରେସର ଡବଲ ଷ୍ଟାଣ୍ଡାଡ ଯୋଗୁଁ ଦଳ ତଳକୁ ଖସି ଖସି ଯାଉଛି। ତେବେ ଖଡଗେ, ରାହୁଲ ଆସିଲେ କିଛି ପ୍ରଭାବ ନାହିଁ। ଫ୍ୟୁଜ ହୋଇଥିବା ବଲ ଜଳିବନି। ମୋଦୀ ଖଡ଼ଗେ ସମାନ ନୁହଁନ୍ତି । ସୂର୍ଯ୍ୟ ଉଦୟ ହେଲେ ଅନ୍ଧାର ଦୂର ହୁଏ ଆଉ ଜୁଳୁଜୁଳିଆ ପୋକରେ ଅନ୍ଧାର ଦୂର ହୁଏନି। କଂଗ୍ରେସର ପ୍ରଭାବ କମିଛି। ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି। ପରିବାରବାଦୀ, ଏକଛତ୍ରବାଦ ପାର୍ଟି ଗୋଟେ ପଟେ ଆଉ ମୋଦୀ ଆଉ ଗୋଟେ ପଟେ।

ସୂଚନା ଥାଉକି, ଖଡ୍‌ଗେଙ୍କ ଓଡିଶା ଗସ୍ତକୁ ନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ଅପରାଜିତା କହିଥିଲେ, ସାରା ଦେଶରେ କଂଗ୍ରେସ ଛବି ମଳିନ ହୋଇସାରିଛି। ସେମାନେ ଯେତେ ସମାବଶେ କରନ୍ତୁ ବା ନ୍ୟାୟ ଯାତ୍ରା କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସମୟ ଥିଲା କଂଗ୍ରେସ ସୁଦୃଢ଼ ଥିଲା କିନ୍ତୁ ବର୍ତମାନ ନୀତି-ନିୟମ ଏବଂ ନେତୃତ୍ୱର ପ୍ରଶ୍ନ ଉଠିଛି । ତେବେ ‘କଂଗ୍ରେସର ଆତ୍ମ ସମୀକ୍ଷା କରିବାର ସମୟ ଆସିଛି। ଓଡିଶାରେ କଂଗ୍ରେସର ସ୍ଥିତି କ’ଣ ଓଡିଶା ଲୋକଙ୍କୁ ପଚାରନ୍ତୁ ବୋଲି ଅପରାଜିତା କହିଥିଲେ।

 

Get real time updates directly on you device, subscribe now.