fbpx

ରାଜ୍ୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ : ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ରାଜ୍ୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ରହିଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି । ମହାନଦୀ ଓ ବ୍ରାହ୍ମଣୀ ନଦୀରେ ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନଥିବା ସୂଚନା ମିଳିଛି । ଅନ୍ୟପଟେ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୫୦ ମିମି ବର୍ଷା ହୋଇଛି । ଉପକୂଳର ତଳି ଅଞ୍ଚଳରେ ଦୁଇ ଦିନ ଯାଏଁ ପାଣି କମି ରହିବ ।

Get real time updates directly on you device, subscribe now.