fbpx
BSKY
BJD MC SKY
BJD YOUTH SKY

ଏଥର ହଜ୍ ଯାତ୍ରାକୁ ଯାଇ ପାରିବେନି ଅନ୍ୟ ଦେଶବାସୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହଜ୍ ଯାତ୍ରା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବାତିଲ୍ ହୋଇଛି । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏନେଇ ହଜ୍ କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମାସୁଦ ଅହମ୍ମଦ ଖାନ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ, କରୋନା ପାଇଁ ସାଉଦି ଆରବର ହଜ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିଜ ଦେଶର ସୀମିତ ସଂଖ୍ୟକ ଲୋକ ହଜ ୧୪୪୨ରେ ଯୋଗଦେଇ ପାରିବେ । ଏଥିପାଇଁ ଟିକାକରଣର ପ୍ରମାଣପତ୍ର ରହିଥିବା ଦରକାର ବୋଲି କୁହାଯାଇଛି । ଅନ୍ୟ ଦେଶର ଲୋକ ହଜ ଯାତ୍ରାରେ ଯୋଗଦେବା ନିମନ୍ତେ ବାରଣ କରାଯାଇଛି ।

ସାଉଦି ସରକାର ଅନ୍ତର୍ଜାତୀୟ ହଜ୍ ଯାତ୍ରାକୁ ବାତିଲ କରିବା ପରେ ଭାରତୀୟ ହଜ୍ କମିଟି ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି । ହଜ-୨୦୨୧ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ଆବେଦନକୁ ରଦ୍ଦ କରାଯାଇଛି । ଗତବର୍ଷ ମଧ୍ୟ ବିଦେଶରୁ ସମସ୍ତ ହଜ୍ ଯାତ୍ରୀଙ୍କୁ ବ୍ୟାନ୍ କରାଯାଇଥିଲା । କରୋନା ପୂର୍ବରୁ ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ହଜ୍ ଯାତ୍ରାରେ ଭାଗ ନେଉଥିଲେ ।

Get real time updates directly on you device, subscribe now.