fbpx
BSKY
BJD MC SKY
BJD YOUTH SKY

ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ରୁ ବାଦ ପଡ଼ିଲେ ୨ ଖେଳାଳି, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ: ଜୁନ୍ ୧୮ ନ୍ୟୁଜ୍ଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇଁ ଏକ ଟିମ୍ ଚୟନ କରିଛନ୍ତି । ଏହି ଟିମ୍ରେ ୩ଜଣ ଦ୍ରୁତ ବୋଲର ସହ ଜଣେ ସ୍ପିନରଙ୍କୁ ସାମିଲ କରାଯାଇଛି ।
ଜସପ୍ରିତ୍ ବୁମରାହ, ମହମ୍ମଦ ସାମିଙ୍କ ପରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ସେହିପରି ମଞ୍ଜରେକରଙ୍କର ଟିମ୍ ଏକାଦଶରେ ଓପନିଂ କରିବେ ଶୁଭନମ୍ ଗିଲ୍ ଓ ରୋହିତ୍ ଶର୍ମା । ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା ଥିବାବେଳେ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ ପ୍ରମୁଖ ଖେଳିବେ । କିନ୍ତୁ ଏହି ଟିମରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ।

ସ୍ପିନର ଭାବେ ଆର ଅଶ୍ୱିନ୍ ଓ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ଦେଇଥିବା ନେଇ ମଞ୍ଜରେକର କହିଛନ୍ତି କି ଭାରତ ପାଇଁ ଡିଫେନ୍ସ ଟେକନୋଲୋଜି ରଖିଥିବା ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ରହିଛି । ସିରାଜଙ୍କୁ ନେଇ ସେ କହିଛନ୍ତି କି, ଅଷ୍ଟ୍ରେଲିଆ ଗସ୍ତରେ ୫ ୱିକେଟ୍ ନେଇଥିଲେ ସିରାଜ୍ । ଏପରି ବୋଲରଙ୍କୁ ବାଦ୍ ଦେବା ଉଚିତ୍ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି ।

ମଞ୍ଜରେକରଙ୍କର ଟେଷ୍ଟ ଟିମ୍ :

ରୋହିତ୍ ଶର୍ମା,ଶୁଭନମ୍ ଗିଲ,ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ,ଜସପ୍ରିତ୍ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ୍, ଆର ଅଶ୍ୱିନ,ହନୁମା ବିହାରୀ ।

ଅଧିକ ପଢ଼ନ୍ତୁ:

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କୋଚ୍ ହେବେ ରାହୁଲ ଦ୍ରାବିଡ୍

Get real time updates directly on you device, subscribe now.