fbpx

ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବନି ଇଣ୍ଟରନେଟ୍ ; ସରକାର ଲଗାଇଲେ ପ୍ରତିବନ୍ଧକ

Advertisement

ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡ ରୋକିବା ପାଇଁ ସରକାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ଏବେ ଆହୁରି ଜୁନ୍ ୧୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ଜୁନ୍ ୧୦ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତ ରହିବ । ମେ ୨୩ରୁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ।

ରାଜ୍ୟ ସରକାର ସୋମବାର ସନ୍ଧ୍ୟାରେ ସୂଚନା ଦେଇ କହିଛନ୍ତି ଯେ, ଇଣ୍ଟରନେଟ୍ ସେବା ଆଉ ପାଞ୍ଚ ଦିନ ଅର୍ଥାତ୍ ଜୁନ୍ ୧୦ ତାରିଖ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ସ୍ଥଗିତ ରହିବ। ଶାନ୍ତି ଫେରାଇ ଆଣିବା ପାଇଁ ମଣିପୁରରେ ପ୍ରାୟ ୧୦,୦୦୦ ସେନା ଏବଂ ଆସାମର ରାଇଫଲ୍ସ କର୍ମଚାରୀ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତିରୁ ପୋଲିସ ଓ ହିଂସାକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକରୀଙ୍କ ଗୁଳିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.