fbpx
BSKY
BJD MC SKY
BJD MS SKY

ଆହୁରି ୩୧ ଜଣ ବଙ୍ଗୀୟ ଯାତ୍ରୀ ନିଖୋଜ ଅଛନ୍ତି – କଟକ ଏସସିବିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ

କଟକ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଟକରେ ପହଞ୍ଚିଛନ୍ତି । କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଦେଖିବା ପାଇଁ ସେ ଆସିଛନ୍ତି । ଏସସିବିରେ ୫୩ ଜଣ ପଶ୍ଚିମବଙ୍ଗ ଆହତ ଯାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆହତଙ୍କ ସହ ଆଲୋଚନା କଲେ ମମତା ବାନାର୍ଜୀ । ଏହା ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ବାହାନଗା ଦୁର୍ଘଟଣା ସ୍ଥଳକୁ ପରିଦର୍ଶନରେ ଆସିଥିଲେ । ଆକାଶମାର୍ଗରୁ ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥିତି ସମୀକ୍ଷା କରିଥିଲେ ।

ଆହତଙ୍କୁ ଭେଟିଲା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଘଟଣା ପରଠୁ ଆହୁରି ୩୧ ଜଣ ପଶ୍ଚିମବଙ୍ଗ ଯାତ୍ରୀ ନିଖୋଜ ଅଛନ୍ତି । ୯୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ୧୦୩ଟି ମୃତଦେହ ଚିହ୍ନଟ ହୋଇଛି । ଓଡିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିଛି । ସିବିଆଇ ପ୍ରସଙ୍ଗରେ ଦିଦି କହିଛନ୍ତି ଯେ, ସତ ସାମ୍ନାକୁ ଆସିବା ନିହାତି ଜରୁରୀ । ଏବେ ଯୁକ୍ତିତର୍କର ସମୟ ନୁହେଁ । ଆହୁରି ଅନେକ ଲୋକଙ୍କ ଜୀବନ ଯାଇଛି । ଯାହା ହିସାବ ସରକାରଙ୍କ ପାଖରେ ନାହିଁ ।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନେକ ପଦକ୍ଷେପ ନେଇଛନ୍ତି । ମୃତକ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ଏହା ସହ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଆହତଙ୍କ ପାଇଁ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ହାତ ଗୋଡ ହରାଇଥିବା ଯାତ୍ରୀଙ୍କ ପରିବାର ସଦସ୍ୟକୁ ସ୍ୱତନ୍ତ୍ର ହୋମଗାର୍ଡ ଚାକିରୀ ମିଳିବ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.