fbpx

କିଆରା ଆଡଭାନୀ… ଉଁ ହୁଁ… ଜଣେ ବିବାହିତାଙ୍କୁ ବିବାହ କରିବାକୁ ଇଚ୍ଛା; ଜାଣନ୍ତୁ କାହାର…

ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଲକ୍ଷ ଲକ୍ଷ ଝିଅ ନିଜର ହୃଦୟ ଦେଇ ବସିଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ସେଥିମଧ୍ୟରୁ ଝିଅ ଫ୍ୟାନ୍ସ ଫଲୋର୍ସ ତାଲିକା ବହୁତ ଲମ୍ବା । କିନ୍ତୁ ସିଦ୍ଧାର୍ଥ ଅଭିନେତ୍ରୀ କରୀନା କପୁର ଖାନଙ୍କର ବହୁତ ବଡ ଦିୱାନା । କରୀନା କପୁର ଖାନ୍ଙ୍କର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ସମେତ କୋଟି କୋଟି ଫ୍ୟାନ୍ସ ଅଛନ୍ତି । ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଲିକାରେ ଅନ୍ତର୍ଭୁକ୍ତ । କରୀନାଙ୍କ ଆକ୍ଟିଙ୍ଗ୍ ତାଙ୍କ ଆଟିଟ୍ୟୁଟ୍ , ଷ୍ଟାଇଲ ପାଇଁ ସଭିଏଁ ପାଗଳ ।

ସିଦ୍ଧାର୍ଥ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ମୁଁ କରୀନା କପୁର ଖାନଙ୍କର ବହୁତ ବଡ ଫ୍ୟାନ୍ । ଏଥିରେ ତାଙ୍କୁ ପଚରାଯାଇଥିଲା କି ତୁମେ କେଉଁ ଅଭିନେତାଙ୍କୁ ତୁମର ଭାଇ ଭାବେ ଦେଖିବାକୁ ଚାହୁଁଛ ? ସେ ଏହାର ଉତ୍ତରରେ ସୈଫ ଅଲ୍ଲୀ ଖାନଙ୍କ ନାମ ନେଇଥିଲେ । ଏହା ପରେ ତାଙ୍କୁ ପଚାରାଯାଇଥିଲା କି ଆପଣ କେଉଁ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେ ଖୁସି ହୋଇ ତୁରନ୍ତ କହିଥିଲେ କି କରୀନା କପୁର ଖାନ୍ । ସେ କରୀନା କପୁରଙ୍କର ବହୁତ ବଡ ଫ୍ୟାନ୍ ବୋଲି ବହୁତ ଥର ମଧ୍ୟ ଖୁଲାସା କରିସାରିଛନ୍ତି ୨୦୧୫ରେ ସିଦ୍ଧାର୍ଥ ମଲହୋତ୍ରାଙ୍କର ଫିଲ୍ମ ‘ବ୍ରଦର୍ସ’ରେ କରୀନା ଏକ ଆଇଟମ୍ ଗୀତ ପରିବେଷଣ କରିଥିଲେ । ଆଉ ସେଥିରେ କରୀନାଙ୍କ ଉପରୁ ସିଦ୍ଧାର୍ଥ ନିଜର ନଜର ହଟାଇ ପାରିନଥିଲେ ।

ଗତ କିଛି ମାସ ପୂର୍ବରୁ ଅଭିନେତ୍ରୀ କିଆରା ଆଡୱାନୀଙ୍କ ସହ ସିଦ୍ଧାର୍ଥଙ୍କ ନାଁ ଯୋଡା ଯାଇଥିଲା । ଦୁହିଁଙ୍କୁ ପ୍ରାୟତଃ ଏକା ସହ ବୁଲିବା ସମୟରେ ସ୍ପଟ୍ ମଧ୍ୟ କରାଯାଇଥିଲା । ଏହା ସହ ଦୁହେଁ ନୂଆ ବର୍ଷରେ ଛୁଟି କାଟିବାକୁ ମାଳଦ୍ୱୀପ୍ ମଧ୍ୟ ଯାଇଥିଲେ । କିଆରା ଓ ସିଦ୍ଧାର୍ଥ ଦୁହେଁ ଫିଲ୍ମ “ଶେରଶାହା’ରେ ନଜର ଆସିବେ । କିନ୍ତୁ ଏହି ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.