fbpx

କିଏ ଏହି ୟଶ୍ ଦାସଗୁପ୍ତା? କାହିଁକି ନୁସରତଙ୍କ ସହିତ ଯୋଡି ହେଉଛି ତାଙ୍କ ନାମ?

କୋଲକାତା: କରୋନା ମହାମାରୀର କହର ମଧ୍ୟରେ ଅନେକ କିଛି ବର୍ତ୍ତମାନ ଚର୍ଚ୍ଚାର ପରିସରରେ ରହିଛି । ଯାହାକୁ ନେଇ ରାଜନୈତିକ ମାହୋଲ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ବର୍ତ୍ତମାନ ସମୟରେ ବିବାଦରେ ଥିବା ବେଙ୍ଗଲ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜାହାଁ ନିଜ ବିବାହ ଓ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତୁର୍କିରେ ତାଙ୍କର ବ୍ୟବସାୟୀ ନିଖିଲ୍ ଜୈନଙ୍କ ସହିତ ବିବାହ ହୋଇଥିବା ବେଳେ ଏହାକୁ ଭାରତରେ ମାନ୍ୟ ନଥିବା ପରଠାରୁ ଏହା ଏବେ ବିଚ୍ଛେଦର ରୂପ ନେଇଛି । ତେବେ ଏଥିମଧ୍ୟରେ ତାଙ୍କ ନାମ ଯୋଡି ହୋଇଯାଇଛି ୟଶ୍ ଦାସଗୁପ୍ତାଙ୍କ ସହିତ । ଯିଏକି ନୁସରତ୍ ଙ୍କ ପରି ରାଜନୀତି ଏବଂ ମନୋରଞ୍ଜନ, ଉଭୟ ସହିତ ଯୋଡି ହୋଇ ରହିଛନ୍ତି । ତେବେ ଏହି ଆଲେଖ୍ୟରେ ଆମେ ଜାଣିବା କିଏ ଏହି ୟଶ୍ ଦାସଗୁପ୍ତା ।

ୟଶ୍ ଗୁପ୍ତା ହେଉଛନ୍ତି ବିଜେପି ସମର୍ଥକ ତଥା ଜଣେ ବିଜେପି ନେତା । ସେ ଚଳିତ ମାର୍ଚ୍ଚରେ ବିଜେପି ପକ୍ଷରୁ ଚାନ୍ଦୀତାଲ୍ ସିଟ୍ ରୁ ପ୍ରାର୍ଥୀ ଭାବରେ ଠିଆ ହୋଇଥିଲେ । ହେଲେ ବିପକ୍ଷ ଟିଏମସି ଦଳ ସହିତ ପ୍ରତିଦ୍ୱନ୍ଦିତାରେ ହାରି ଯାଇଥିଲେ । ହେଲେ ୟଶ୍ ଏହି ନିର୍ବାଚନରେ ଷ୍ଟାର୍ ପ୍ରଚାରକ ବନିଥିଲେ । ସେ ବିଶେଷ କରି ବେଙ୍ଗଲୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତା ଏବଂ ମଡେଲ୍ । ବର୍ତ୍ତମାନ ସେ ନୁସରତ୍ ଙ୍କ ସହ ଏକ ଫିଲ୍ମରେ କାମ କରୁଛନ୍ତି । ୟଶଙ୍କର ଏହା ହେଉଛି ତୃତୀୟ ଫିଲ୍ମ । ତେବେ ଏହି ଫିଲ୍ମରେ ଟିଏମସିର ଆଉ ଜଣେ ସାଂସଦ ମଧ୍ୟ କାମ କରୁଛନ୍ତି । ସେ ହେଉଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ।

ଚଳିତ ମାର୍ଚ୍ଚ ମାସରେ ସେ ବିଜେପିରେ ସାମିଲ ହୋଇଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପାର୍ଟି ପକ୍ଷରୁ ତାଙ୍କୁ ଚାନ୍ଦୀତାଲ୍ ର ଆଶାୟୀ ପ୍ରାର୍ଥୀ କରାଯାଇଥିଲା । ହେଲେ ସେ ଜିତି ପାରିନଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ୪୧ ହଜାର ଭୋଟରେ ଟିଏମସିର ପ୍ରାର୍ଥୀ ଜିତି ଯାଇଥିଲେ । ହେଲେ ନିର୍ବାଚନ ବେଳେ ସେ ବିଜେପି ପକ୍ଷରୁ ଷ୍ଟାର୍ ପ୍ରଚାରକ ଭାବେ ବିଭିନ୍ନ ସ୍ଥାନରେ ଧୁମଧାମ୍ ରେ ପ୍ରଚାର କରିଥିଲେ ।

ୟଶ୍ ପ୍ରଥମେ ଜଣେ ଫେମସ୍ ଟେଲି ଅଭିନେତା ଥିଲେ । ଟେଲି ଧାରାବାହିକ ଗୁଡିକରୁ ସେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଆଉ ସେଥିରୁ ସେ ନିଜର ଦମଦାର୍ ଅଭିନୟ ବଳରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ସେ ନିଜର ଫିଟସେନ୍ କୁ ନେଇ ଅନେକ ସଜାଗ ରୁହନ୍ତି । ଏଥିସହିତ ଭ୍ରମଣ ଏବଂ ଫଟୋଗ୍ରାଫି ପ୍ରତି ମଧ୍ୟ ସେ ଆକର୍ଷିିତ । ବର୍ତ୍ତମାନ ତାଙ୍କ ସେ ନୁସରତଙ୍କୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳୁଛି । ନୁସରତ୍ ସ୍ୱାମୀ ନିଖିଲ୍ ଠାରୁ ଦୂରେଇବାରେ ଲାଗିଥିବା ବେଳେ ୟଶ୍ ଙ୍କ ସହ ତାଙ୍କ ସମ୍ପର୍କ ଥିବା ଚର୍ଚ୍ଚାର ବିଷୟ ପାଲିଟିଛି ।

Get real time updates directly on you device, subscribe now.