fbpx

ସେଲିବ୍ରିଟିଙ୍କୁ ହଇରାଣ କରିବା ପାଇଁ ନ୍ୟାୟିକ ବ୍ୟବସ୍ଥା ହୋଇନାହିଁ, ସଲମନ ଖାନ୍‌ଙ୍କୁ ଆଶ୍ୱସ୍ତି ଦେଇ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ : କେତେକ ସେଲିବ୍ରିଟିଙ୍କ ନାମରେ ଅନେକ ମାମଲା ରହିଛି । ନଜ ବ୍ୟସ୍ତ ବ୍ୟହୁଳ ଜୀବନରୁ ସମୟ ବାହାର କରି ସେମାନଙ୍କୁ କୋର୍ଟର ଚକ୍କର କାଟିବାକୁ ପଡୁଛି । କିନ୍ତୁ ସେମାନଙ୍କୁ ହଇରାଣ କରିବା ପାଇଁ ନ୍ୟାୟିକ ବ୍ୟବସ୍ଥା ହୋଇନାହିଁ ବୋଲି ନିର୍ଦ୍ଧିଷ୍ଟ ଏକ ମାମଲାରେ ରାୟ ଶୁଣାଇ ବମ୍ବେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଜଣେ ସେଲିବ୍ରିଟି ଅଭିଯୁକ୍ତ ଥିବାରୁ ହଇରାଣ କରିବା ପାଇଁ ନ୍ୟାୟିକ ପ୍ରକ୍ରିୟା ବ୍ୟବହାର କରାଯିବା ଉଚିତ ନୁହେଁ । ଏହା ସହ ଅଭିନେତା ସଲମାନ ଖାନଙ୍କୁ ଦୋଷମୁକ୍ତ କରିବା ସହ ତାଙ୍କ ବିରୋଧ ଥିବ ଏକ ମାମଲାକୁ ଖାରଜ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ମାମଲାରେ ଅଶୋକ ପାଣ୍ଡେ ନାମକ ଜଣେ ସାମ୍ବାଦିକଙ୍କୁ ଡରାଇବା ସହ ଧମକଚମକ ଦେଇଥିବା ଅଭିଯୋଗରେ ସଲମାନ ଖାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲେ। ପ୍ରଥମେ ତଳ କୋର୍ଟ ଓ ପରେ ଉପର କୋର୍ଟକୁ ଏହି ମାମଲା ଯାଇଥିଲା । ଅଭିଯୋଗକାରୀ ଦାବି କରିଥିଲେ ଯେ ସେ ସଲମାନ ଖାନଙ୍କୁ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବାର ଦେଖି ସେ ତାଙ୍କ ଭିଡିଓ ସୁଟିଂ ପାଇଁ ଅଭିନେତାଙ୍କ ଅଙ୍ଗରକ୍ଷୀଙ୍କଠାରୁ ଅନୁମତି ନେଇଥିଲେ। ଏହା ପରେ ସେ ରେକର୍ଡିଂ ଆରମ୍ଭ କରିଥିଲେ, କିନ୍ତୁ ସଲମାନ ଖାନ ଏଥିରେ ରାଗି ଯାଇଥିଲେ। ସଲମାନ ଖାନ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ଫୋନ ଛଡ଼ାଇ ନେଇ ଭିଡିଓକୁ ଡିଲିଟ କରିଥିଲେ।

ପରେ ମାଜିଷ୍ଟ୍ରେଟ୍ କୋର୍ଟରେ ସଲମାନ ଖାନଙ୍କ ବିରୋଧରେ ଧାରା ୫୦୪, ୫୦୬ ଏବଂ ୨୦୨ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ସଲମାନ ଖାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ସଲମାନ ଖାନ ହାଇକୋର୍ଟ ଯାଇଥିଲେ। ସଲମାନ ଖାନ ନିଜେ ଏହି ମାମଲାକୁ ଖାରଜ କରିବାକୁ ଦାବି କରିଥିଲେ, ଯେଉଁଥିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟର ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ କହିଛନ୍ତି, ‘ନ୍ୟାୟିକ ପ୍ରକ୍ରିୟା ଏହାର ଅର୍ଥ ନୁହେଁ ଯେ ଜଣେ ପ୍ରସିଦ୍ଧ ସେଲିବ୍ରିଟି ଥିବାରୁ ତାଙ୍କୁ ଅନାବଶ୍ୟକ ଭାବରେ ହଇରାଣ କରାଯିବା ଉଚିତ୍ ନୁହେଁ। ଅଭିଯୋଗକାରୀଙ୍କ ତରଫରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.