fbpx

କଟ୍ରିନା ଓ ଭିକିଙ୍କ ବିବାହରେ No Mobile Phone, ଅତିଥିଙ୍କ ଉପରେ ରହିବ ସିକ୍ୟୁରିଟିଙ୍କ ନଜର!

ନୂଆଦିଲ୍ଲୀ: ଲଭ୍ ବାର୍ଡସ୍ ଭିକି କୌଶଲ ଓ କଟ୍ରିନା କୈଫ୍ ନେଇ ଏବେ ବଲିଉଡ୍ ରେ ଖୁବ୍ ଚର୍ଚ୍ଚାରେ ରହିଛି । ଦୁହେଁ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ଭିକି ଓ କଟ୍ରିନା କି ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କିଛି ବି ଅଫିସିଆଲ୍ ଘୋଷଣା କରିନାହାନ୍ତି । ହେଲେ ବିବାହ ଡ୍ରେସ୍, ଭେନ୍ୟୁ, ମୁମ୍ବାଇରେ ଭଡ଼ାରେ ନିଆଯାଇଥିବା ଆଲିଶାନ୍ ଫ୍ଲାଟ୍ ଓ ସେମାନଙ୍କ ବିବାହକୁ ନେଇ ଏକ ବଡ଼ ଧରଣର ରୁଲ୍ ତିଆରି କରାଯାଇଛି । ଭିକି-କଟ୍ରିନାଙ୍କ ବିବାହରେ କେଉଁ କେଉଁ ମାନେ ଅତିଥି ସାମିଲ ହେବେ ଓ ସେମାନେ କେଉଁ କେଉଁ ନିୟମ ଫଲୋ କରିବେ ସେବସୁକୁ ନେଇ ବଡ଼ ପ୍ଲାନ୍ କରାଯାଇଛି ।


ଭିକି କୌଶଲ ଓ କଟ୍ରିନା କୈଫ୍ ଙ୍କ ବିବାହ ରାଜସ୍ଥାନର ଏକ ଆଲିଶାନ୍ ରିଜର୍ଟରେ ହେବାକୁ ଯାଉଛି । ବିବାହ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ କଟ୍ରିନା ନିଜ କାମରୁ ବ୍ରେକ୍ ନେଇଛନ୍ତି ଓ ବିବାହରେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁସାରେ, କଟ୍ରିନା ଓ ଭିକିଙ୍କ ବିବାହ ପାଇଁ ଏକ ବଡ଼ ନିୟମ କରାଯାଇଛି, ଯାହାକୁ ସବୁ ଅତିଥି ପାଳନ କରିବାକୁ ପଡ଼ିବ ।

ରିପୋର୍ଟ ମୁତାବକ, ଏବେ ପର୍ଯ୍ୟନ୍ତ କାହାକୁ ବି ବିବାହ ନିମନ୍ତ୍ରଣ କରାଯାଇନାହିଁ । ତେବେ ଏହି କପଲ୍ ନିଜ ବିବାହରେ ଅତିଥିଙ୍କୁ ମୋବାଇଲ୍ ଫୋନ୍ ଆଣିବାକୁ ରୋକିପାରନ୍ତି । ଭେନ୍ୟୁରେ କେହି ବି ମୋବାଇଲ୍ ଫୋନ୍ ଆଣିବେ ନାହିଁ । ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ କଡ଼ା ଆଦେଶ ଦିଆଯାଇଥିଲା । ପ୍ରତିଟି ଅତିଥିଙ୍କ ଉପରେ ସିକ୍ୟୁରିଟି ଗାର୍ଡସ୍ ଙ୍କ ନଜର ରହିବ । କୁହାଯାଉଛି ଯେ, ସୋସିଆଲ ମିଡିଆରେ ବିବାହର ଭେନ୍ୟୁ ଓ କୌଣସି ଫଟୋ ଯେପରି ସେୟାର୍ ନହେବା ପାଇଁ ଏହି ନିୟମ କରାଯାଇଛି । ଏକ ଟିମ୍ ତିଆରି କରାଯାଇଛି ଯେଉଁ ମାନେ ପ୍ରାଇଭେସି ଓ ସିକ୍ୟୁରିଟି ଉପରେ ନଜର ରଖିବେ ।

Get real time updates directly on you device, subscribe now.