fbpx

ଡ୍ୟୁଟିରେ CRPF ଯବାନଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୫ ଲକ୍ଷ, ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ଯଦି କୌଣସି ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ଏବେ ୨୧.୫ ଲକ୍ଷ ବଦଳରେ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତ ଯୋଗାଇ ଦିଆଯିବ । ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଯବାନଙ୍କ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ ବିଭାଗ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

ଅନ୍ୟ ମାମଲରେ ରିସ୍କ ପାଣ୍ଠିକୁ ସଂଶୋଧନ କରି ୨୫ ଏକ୍ଷ ଟଙ୍କା କରାଯାଇଛି । ସହିଦ ଯବାନଙ୍କ ଝିଅ ବା ଭଉଣୀଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ତେବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ କର୍ମଚାରୀଙ୍କ ପରିବାରକୁ ମିଳୁଥିବା ଆର୍ଥିକ ସହାୟତାର ପରିମାଣ ବୃଦ୍ଧି କରିବାକୁ ନଭେମ୍ବରରୁ ପ୍ରସ୍ତୁତି କରୁଥିଲେ । ଗୃହ ମନ୍ତ୍ରଣାଳୟ ଏହି ରାଶିକୁ ୩୫ ଲକ୍ଷ ଟଙ୍କା ବୃଦ୍ଧି କରିବାର ପ୍ରସ୍ତାବକୁ ଅନୁମୋଦନ କରିଛି ।

Get real time updates directly on you device, subscribe now.