fbpx

ଏଣିକି ଅନଲାଇନ ସପିଙ୍ଗରେ ଆଉ ଆସିବନି ଭୁଲ ଜିନିଷ : ଅର୍ଡର କରିବା ପୂର୍ବରୁ କରନ୍ତୁ ଏହି ସେଟିଙ୍ଗ

Advertisement

ନୂଆଦିଲ୍ଲୀ : ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ ସାହାର୍ଯ୍ୟରେ ଜିନିଷ କିଣିବା ବେଳେ ଆପଣଙ୍କ ମନରେ ପ୍ରାୟତଃ ଅନେକ ପ୍ରଶ୍ନ ଉଙ୍କି ମାରେ । ଆପଣ ଅନେକ ଥର ଚିନ୍ତା କରନ୍ତି ଯେ, ଜିନିଷ କିପରି ହୋଇଥିବ, ଅର୍ଡର ହୋଇଥିବା ଜିନିଷ ହିଁ ଆସିବ ତ? କାରଣ ଅନେକ ଥର ଏପରି ହୁଏ ଯେ, ଲୋକେ ଗୋଟିଏ ଜିନିଷ ଅର୍ଡର କରନ୍ତି, କିନ୍ତୁ ଆଉ ଗୋଟିଏ ଜିନିଷ ଡେଲିଭେରୀ ହୁଏ । ଏଭଳି ଭୁଲ ସ୍ଥାନୀୟ ବିକ୍ରେତାଙ୍କ ଦ୍ୱାରା ହୋଇଥାଏ ବୋଲି କୁହାଯାଉଛି ।

ବର୍ତ୍ତମାନ ଫ୍ଲିପକାର୍ଟ ଏଭଳି ଭୁଲକୁ ଅଟକାଇବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ଏହି ନୂଆଁ ଉପାୟକୁ ‘ବକ୍ସ ଡେଲିଭେରୀ’ କୁହାଯାଏ । ଏହି ଉପାୟରେ, ଆପଣଙ୍କ ଯିଏ ଡେଲିଭେରୀ ଏଜେଣ୍ଟ ସେ ଆପଣଙ୍କ ସାମ୍ମନାରେ ହି ପ୍ୟାକେଜ ଖୋଲିବେ ଏବଂ ଯାଞ୍ଚ କରିବେ ଯେ ଠିକ ଜିନିଷ ଡେଲିଭେରୀ ହୋଇଛି କି ନାହିଁ । ଯଦି ଆପଣଙ୍କୁ ଜିନିଷଟି ପସନ୍ଦ ଆସୁନି, ତେବେ ଆପଣ ଜିନିଷଟିକୁ ଫେରାଇ ପାରିବେ । ତେବେ ଏହି ଉପାୟକୁ ଆପଣାଇବାକୁ ହେଲେ ଆପଣଙ୍କୁ ଅନଲାଇନରେ ସପିଙ୍ଗ ପୂର୍ବରୁ ଏକ ସେଟିଙ୍ଗ କରିବାକୁ ପଡିବ । ଆସନ୍ତୁ ଜାଣିବା କିପରି ଆପଣାଇବେ ଏହି ଉପାୟ…..

ଆପଣ ଯେତେବେଳେ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବେ, ତେବେ ଆପଣ ‘Open Box Delivery ’ ବିକଳ୍ପକୁ ଚୟନ କରିପାରିବେ । ଯଦି ଆପଣ ଏହି ବିକଳ୍ପ ଚୟନ କରୁଛନ୍ତି, ତେବେ ଡେଲିଭେରୀ ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜିନିଷ ଦେବ । ଏହା ସହିତ ଆପଣଙ୍କ ସାମ୍ନାରେ ପ୍ୟାକେଜ ଖୋଲି ଯାଞ୍ଚ କରାଇବ । ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିଲା ତେବେ ଗ୍ରହଣ କରିବେ, ନଚେତ ଜିନିଷକୁ ଫେରାଇ ପାରିବେ ।

ଯେତେବେଳେ ଆପଣ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବାକୁ ଯାଉଛନ୍ତି, ସେତେବେଳେ ପେମେଣ୍ଟ ପୃଷ୍ଠାରେ ‘Open Box Delivery ’ର ବିକଳ୍ପ ଦେଖାଇବ । ଏହି ବିକଳ୍ପକୁ ଚୟନ କରିବାକୁ ହେବ । ଏହି ଉପାୟକୁ ଆପଣାଇବା ଦ୍ୱାରା ଆପଣ ଠକାମିରୁ ବଞ୍ଚିତ ହୋଇପାରିବେ ।

Get real time updates directly on you device, subscribe now.