fbpx

ଟୁଥପେଷ୍ଟ ଟ୍ୟୁବ୍ ପଛରେ ଥିବା କଲରର ରହିଛି ଅଲଗା ଅଲଗା ଅର୍ଥ, ଚେକ୍ କରି କିଣନ୍ତୁ ଅନ୍ୟଥା ଖୁବ୍ ଶୀଘ୍ର ଖରାପ ହୋଇଯିବ ଆପଣଙ୍କ ଦାନ୍ତ

Advertisement

ନୂଆଦିଲ୍ଲୀ: ପ୍ରତି ବ୍ୟକ୍ତିର ଦିନର ଆରମ୍ଭ ବ୍ରଶ କରିବା ଠାରୁ ହିଁ ହୋଇଥାଏ । ଲୋକମାନେ ବ୍ରଶରେ ପେଷ୍ଟ ଲଗାଇବା ପରେ ଦାନ୍ତ ସଫା କରିଥାନ୍ତି । କିନ୍ତୁ ଏହି ଟୁଥପେଷ୍ଟର ଟ୍ୟୁବ୍ ପଛରେ ଥିବା କଲରକୁ ଆପଣ କେବେ ଚେକ୍ କରିଛନ୍ତି କି ? ଯଦି ନୁହେଁ ତେବେ ଆଜି ଠାରୁ ଚେକ୍ କରନ୍ତୁ । ସବୁ ଟ୍ୟୁବ୍ ପଛରେ ଏକ ଖାସ୍ ରଙ୍ଗର ପଟ୍ଟି ରହିଥାଏ । ବହୁ ଲୋକ ଏହି ରଙ୍ଗକୁ ଦେଖିଥାନ୍ତି କିନ୍ତୁ ଏହାର ଅର୍ଥ ଜାଣି ନ ଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ରଙ୍ଗର ଅର୍ଥ କ’ଣ ସେ ବିଷୟରେ କହିବାକୁ ଯାଉଛୁ । ଏହା ଜାଣିବା ପରେ ଆପଣ ପେଷ୍ଟ କିଣିବା ପୂର୍ବରୁ ଜରୁର ଏହାକୁ ଚେକ୍ କରନ୍ତୁ ।

ଆପଣ ଦେଖିଥିବେ ଏହା ଉପରେ କେତେବେଳେ କଳା, ସବୁଜ, ଲାଲ ଓ ନୀଳ ରଙ୍ଗର ଚିହ୍ନ ରହିଥାଏ । ଏହାର ବିଭିନ୍ନ ଅର୍ଥ ରହିଛି । ଯଦି ଆପଣ ପେଷ୍ଟ କିଣିବା ସମୟରେ ଏହି କଲର ଚେକ୍ କରିବେ ନାହିଁ ତେବେ ଦାନ୍ତ ମଜଭୁତ ହେବା ବଦଳରେ ଖରାପ ହୋଇଯିବ ।
ଯଦି ଟୁଥପେଷ୍ଟରେ କଳା ରଙ୍ଗ ରହିଛି ତେବେ ଏହାର ଅର୍ଥ ଏଥିରେ ଅଧିକ ମାତ୍ରାରେ କେମିକାଲ ରହିଛି । ଯଦି ଲାଲ ରଙ୍ଗ ରହିଛି ତେବେ ଏହା ମିକ୍ସ ଅଟେ ।

ଅର୍ଥାତ୍ ଏଥିରେ ପ୍ରାକୃତିକ ଜିନିଷ ସହିତ କେମିକାଲ ବି ରହିଛି । ଯଦି ନୀଳ ରଙ୍ଗ ରହିଛି ତେବେ ଏହାର ଅର୍ଥ ଏହି ପେଷ୍ଟ ପ୍ରାକୃତିକ ଜିନିଷ ସହିତ ମେଡିସିନ୍ ଯୁକ୍ତ । କିନ୍ତୁ ଯଦି ଆପଣ ସବୁଠାରୁ ନିରାପଦ ପେଷ୍ଟ କିଣିବାକୁ ଚାହୁଁଛନ୍ତି ତେବେ ସବୁଜ ଚିହ୍ନଯୁକ୍ତ ପେଷ୍ଟ କିଣନ୍ତୁ । ଏହାର ଅର୍ଥ ଆପଣଙ୍କ ପେଷ୍ଟ ସବୁଠାରୁ ସୁରକ୍ଷିତ । ଏଥିରେ କେବଳ ପ୍ରାକୃତିକ ଜିନିଷ ରହିଛି ।

Get real time updates directly on you device, subscribe now.