fbpx
BJD
BJD SKY
BJD SKY

ହାଇକୋର୍ଟରେ ନୂଆ ମାମଲା ମନା

କଟକ, ୨୩ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରେନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କରୋନା ପାଇଁ ଆଜିଠୁ ହାଇକୋର୍ଟରେ ନୂଆ ମାମଲା ଦାୟର ପାଇଁ ବାରଣ ହୋଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ନୂଆ ମାମଲା ଗ୍ରହଣ କରାଯିବ ନାହିଁ । କେବଳ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେବ । କୋର୍ଟରେ ୨୪ଘଣ୍ଟା ଧରି ଡାକ୍ତରୀ ଟିମ୍ ରହିବେ । ତଳକୋର୍ଟ ଗୁଡ଼ିକରେ ମଧ୍ୟ ଅତି ଜରୁରୀ ମାମଲାର ଶୁଣାଣୀ ହେବ । ଏଥିପାଇଁ ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ତଳକୋର୍ଟ ଖୋଲିବ । କେବଳ ଲକଡାଉନ ଅଞ୍ଚଳରେ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି । ଅନ୍ୟସ୍ଥାନରେ ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ତଳକୋର୍ଟ ଖୋଲିବ ।
ଉଲ୍ଲେଖଯୋଗ୍ୟ ଯେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.