fbpx

ଜନତା କର୍ଫ୍ୟୁ ସମୟରେ କ୍ରିକେଟ୍ ଖେଳିବା ପାଇଁ ବାହାରିଲେ ୮ ଖେଳାଳୀ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ,୨୩ ।୩: ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବଢିଚାଲିଛି, ଯେଉଁଥିରେ ୧୩ ହଜାରରୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସତ୍ୱେ କିଛି ଲୋକ ଏହାକୁ ଅଣଦେଖା କରି ଘରୁ ବାହାରିଥିଲେ । ମୁମ୍ବାଇରେ ଏଭଳି ଏକ ଘଟଣା ସାମନାକୁ ଆସିଛି ।

ତେବେ କରୋନା ଭାଇରସକୁ ଦୃଷ୍ଟି ରଖି ସମସ୍ତ ପ୍ରକାର କ୍ରୀଡା ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ କ୍ରିକେଟ୍ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଛି । ଏନେଇ ଘରେ ରହି କରୋନାର ମୁକାବିଲା କରିବାକୁ ପାଇଁ ଲୋକମାନଙ୍କୁ ଆବେଦନ କରିଥିଲେ ମୋଦୀ । କିନ୍ତୁ ମହାରାଷ୍ଟ୍ରର କଲ୍ୟାଣରେ କିଛି ଲୋକ ଏହାକୁ ଅଣଦେଖା କରିଥିଲେ, ଫଳରେ ସେମାନଙ୍କୁ ଥାନାକୁ ବାନ୍ଧିନେଇଛି ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, କଲ୍ୟାଣରେ ଜନତା କର୍ଫ୍ୟୁ ସମୟରେ ୮ ଜଣ ଲୋକ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା । କାଲା ଟାଲୁ ମଇଦାନରେ ସେମାନେ କ୍ରିକେଟ୍ ଖେଳୁଥିବାର ଦେଖି ପୋଲିସ ସମସ୍ତଙ୍କୁ ଗିରଫ କରିଛି । ଏହା ସହ ଆଇପିସି ଧାରା ୧୮୮, ୨୬୯ ଓ ୨୯୦ ଅନୁସାରେ ସେମାନଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି ।

Get real time updates directly on you device, subscribe now.