fbpx

ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କାରଣରୁ ପୂର୍ବରୁ ହିଁ ଜଟିଳ ପରିସ୍ଥିତି ଲାଗି ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଜାନୁଆରୀରୁ ଆଜି ଯାଏ ଖୋର୍ଦ୍ଧାରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେଣୁ ସପ୍ତାହରେ ଗୋଟିଏ ଦିନ ଡ୍ରାଏ ରନ୍ ପାଳନ କରିବାକୁ ହେବ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜ୍ୱର ସହିତ ଗୋଡ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରାଇନିଅନ୍ତୁ । ସରକାରୀ ମେଡ଼ିକାଲ୍ ରେ ଏହି ଟେଷ୍ଟ କରାନ୍ତୁ । ଘରୋଇରେ ନୁହେଁ । କ୍ୟାପିଟାଲ, ଆରଏମଆରସି, ଏମ୍ସ, ଖୋର୍ଦ୍ଧା ଜିଲ୍ଲା ମେଡିକାଲରେ ଡେଙ୍ଗୁ ଟେଷ୍ଟ କରନ୍ତୁ ।

Get real time updates directly on you device, subscribe now.