fbpx

ଜଳେଶ୍ୱରରୁ ପିସ୍ତଲ ଓ ଗୁଳି ଜବତ, ଜଣେ ଗିରଫ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱର ଥାନା ଉତ୍ତରପଡ଼ା-ଖଳାବାଡ଼ିଆ ଅଞ୍ଚଳରୁ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଚନ୍ଦ୍ରକାନ୍ତ ପାଳ । ସେ ଆଗରୁ ଏକ ୩୦୭କେସରେ ଜଡିତ ଥିଲେ ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପଶ୍ଚିମବାଡ଼ ଖଳାବାଡ଼ିଆ ଅଞ୍ଚଳର ନିତ୍ୟାନନ୍ଦ ପାଳଙ୍କୁ ଗତ ଜୁନ ମାସ ୧୮ ତାରିଖରେ ତାଙ୍କ ବଡ଼ ବାପାଙ୍କ ପୁଅ ଚନ୍ଦ୍ରକାନ୍ତ ଆକ୍ରମଣ କରିଥିଲେ । କାତିରେ ହାଣିବା ଦ୍ୱାରା ନିତ୍ୟାନନ୍ଦଙ୍କ ହାତରେ ଗୁରୁତ୍ୱର ଆଘାତ ହୋଇଥିଲେ । ଏ ନେଇ ନିତ୍ୟାନନ୍ଦଙ୍କର ସ୍ତ୍ରୀ ସୁମତି ପାଳ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୩୦୭ ଦଫାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା । କୌଣସି ସୂତ୍ରରୁ ଖବର ପାଇ ଉତ୍ତରପଡ଼ା ଖଳାବାଡ଼ିଆ ଅଞ୍ଚଳରେ ଚଢ଼ଉ କରି ଚନ୍ଦ୍ରକାନ୍ତଙ୍କୁ ଗିରଫ କରିବା ସହ ପିସ୍ତଲ,୨ଟି ଅଫୁଟା ଗୁଳି, ଏକ ଛୁରି ଓ ଲଙ୍କାଗୁଣ୍ଡ ପ୍ୟାକେଟ ସହିତ ଏକ ସ୍କୁଟି ଜବତ କରିଛି ପୋଲିସ୍ । ଚନ୍ଦ୍ରକାନ୍ତଙ୍କୁ ଥାନାରେ ପଚରାଉଚରା କରିବା ସହ ତନାଘନା ଚଳାଇଛି ପୋଲିସ୍ ।

Get real time updates directly on you device, subscribe now.