fbpx
BSKY
BJD SHG SKY
BJD MC SKY

ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁବାକୁ ଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁ ସବୁ ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ସବୁ ଜିଲ୍ଳାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି । ଗୋଟେପଟେ ବାତ୍ୟା ପ୍ରସ୍ତୁତିରେ ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ସମସ୍ତେ ଲିପ୍ତ ଥିବା ବେଳେ ଅପରପକ୍ଷରେ ପୁରୀ ପେଣ୍ଠକଟା ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଛି । ବେଳାଭୂମିରେ ଶହଶହ ମାଛ ମରି ପଡିଥିବା ଆଜି ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଉକ୍ତ ଅଞ୍ଚଳର ମତ୍ସଜୀବୀ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ କେଉଁ କାରଣରୁ ଏବଂ କେଉଁ ପ୍ରଜାତିର ମାଛ ମରିଛନ୍ତି ସେ ନେଇ ଏବେ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲାପାଳ ।

ତେବେ ପରିବେଶବିତ୍ ଓ କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେତେବେଳେ କୌଣସି ବାତ୍ୟା ଆସିବାର ସମ୍ଭାବନା ଥାଏ ସେତେବେଳେ ସମୁଦ୍ରରେ ହେଉଥିବା ଅସ୍ଥିରତାକୁ ଛୋଟ ଛୋଟ ମାଛ ମାନେ ଠିକ୍ ଭାବରେ ଅକ୍ସିଜେନ୍ ପାଇପାରନ୍ତି ନାହିଁ ତେଣୁ ସେମାନଙ୍କ ମୃତ୍ୟୁ ହୋଇଥାଏ । ବୋଧ ହୁଏ ଏହି କାରଣ ଯୋଗୁଁ ଏତେ ସଂଖ୍ୟାରେ ମାଛ ମରିଯାଇଛନ୍ତି । ବେଳାଭୂମିରେ ଶହଶହ ସଂଖ୍ୟାରେ ମାଛ ମରିପଡିଥିବା ବେଳେ କିଛି ପାଣିରେ ଭାସୁଥିବା ଆଜି ଦେଖିବାକୁ ମିଳିଥିଲା । ତେବେ ସମ୍ଭାବ୍ୟ ବାତ୍ୟା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

Get real time updates directly on you device, subscribe now.