fbpx
BJD SKY
BJD SKY

ହେମନ୍ତ ସୋରେନଙ୍କ ଇସ୍ତଫାକୁ ନେଇ BJPର ପ୍ରତିକ୍ରିୟା- ‘ଆଇନଠାରୁ ଊର୍ଦ୍ଧ୍ୱରେ କେହି ନାହାନ୍ତି’

BJD

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବିଜେପି ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ ହେମନ୍ତ ସୋରେନଙ୍କ ଇସ୍ତଫା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ୪ ବର୍ଷ ଶାସନ କାଳରେ ହେମନ୍ତ ସୋରେନ ଝାଡ଼ଖଣ୍ଡକୁ ଲୁଟ୍ କରିଛନ୍ତି । ସୋରେନ ମଦ ଦୁର୍ନୀତି, ଜମି ଦୁର୍ନୀତି ଓ ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିଲେ। କିନ୍ତୁ ଆଇନଠାରୁ କେହି ବଡ଼ ନୁହଁନ୍ତି । ଆଇନ ଆଗରେ ସମସ୍ତେ ସମାନ ।

ଏହା ସହ ଝାଡ଼ଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି ଦାବି କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏସ୍ ସି/ଏସ୍ ଟି ଆକ୍ଟ ଅନୁଯାୟୀ ଇଡି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କିନ୍ତୁ ହେମନ୍ତ ସୋରେନ୍ ଏତେ ଭୟଭୀତ ଯେ ସେ ମଧ୍ୟ ହୋସ ହରାଇଥିବା ଜଣାପଡିଛି । ଆଉ ଯେଉଁମାନେ ସେମାନଙ୍କ ପାଇଁ କାମ କରୁଛନ୍ତି, ସେମାନେ ମଧ୍ୟ ନିଜର ଚେତା ହରାଇଥିବା ଜଣାପଡିଛି ।

 

Get real time updates directly on you device, subscribe now.