fbpx

ଏନଆରସି ଓ ଏନପିଆର ମଧ୍ୟରେ କୌଣସି ସମ୍ପର୍କ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୨୪ା୧୨: ଜାତୀୟ ଜନସଂଖ୍ୟା ରେଜିଷ୍ଟର-ଏନପିଆର ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମତ ରଖିଛନ୍ତି । ସେ କହିଛନ୍ତିଏନଆରସି ଓ ଏନପିଆର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ନାଗରିକତା ନେବା ପାଇଁ ନୁହେଁ, ଦେବା ପାଇଁ ନାଗରିକତା ସଂଶୋଧନ ଆଇନ ହୋଇଛି । ଏଥର ଏନପିଆରରେ କିଛି ପରିବର୍ତ୍ତନ କରାଯାଇଛି । ଘରର ପଶୁପକ୍ଷୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଯୋଡ଼ାଯିବ । ଏନଆରସି ସମ୍ପର୍କରେ କ୍ୟାବିନେଟରେ ଆଲୋଚନା ହୋଇନି । ଏନପିଆର ପାଇଁ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । ଏନପିଆର ତଥ୍ୟ ଏନଆରସିରେ ବ୍ୟବହାର ହେବ ନାହିଁ ବୋଲି ଶାହା କହିଛନ୍ତି । ଗୁଜୁରାଟରେ ଓଡ଼ିଶା, ଦିଲ୍ଲୀ ଓ ୟୁପିର ବହୁ ଲୋକ ରହୁଛନ୍ତି । କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ସ୍କୁଲରେ ଓଡ଼ିଆ ପଢ଼ାଇ ହେବ । ଆମେ ଗରିବ ଲୋକଙ୍କ ପାଇଁ କାମ କରିଛୁ । ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଏବଂ ହିଂସାକୁ ଉସକାଯାଉଛି ବୋଲି ଶାହା କହିଛନ୍ତି ।

Get real time updates directly on you device, subscribe now.