fbpx

(Video) ଗାଁକୁ ନାହିଁ ରାସ୍ତା, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୧୨ କି.ମି ଭାରରେ ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ ଶେଷରେ ଝୁଡ଼ିରେ ବୁହାହେଲେ ରୋଗୀ । ପାଖାପାଖି ୧୨ କିଲୋମିଟର ଝୁଡିରେ ରୋଗୀଙ୍କୁ ବୁହାଯାଇଛି । ମାଲକାନଗିରି ଖଇରପୁର ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଂଚାୟତ ବଣ୍ଡାଘାଟିର ବେଲଗୁଡା ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଆଦିବାସୀ ଅପହଂଚ ଇଲାକାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଯାହାକୁ ଦେଖିଲେ ଦୃଦୟ ତରଳିଯିବ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଂଚି ପାରିଲାନି ।

ସୂଚନା ଅନୁଯାୟୀ ସୋମବାର ବେଲଗୁଡା ଗାଁର ସମ୍ବାରି କୀର୍ସାନିଙ୍କ ଦେହ ଅସୁସ୍ଥ ହୋଇଥିଲା । ଧିରେଧିରେ ସମ୍ବାରୀଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ତେବେ ମୋବାଇଲ ସେବା ନଥିବାରୁ ପରିବାର ଲୋକେ ସ୍ଵାସ୍ଥ୍ୟକର୍ମୀଙ୍କୁ ଯୋଗାଯୋଗ କରିପାରିନଥିଲା । କେବଳ ସେତିକି ନୁହେଁ ଗାଁକୁ ରାସ୍ତା ନଥିବାରୁ ଆମ୍ଵୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ଘାଟି ରାସ୍ତାଦେଇ ଏକ ଝୁଡି ସାହାଯ୍ୟରେ କାଉଡି ତିଆରି କରି ସମ୍ବାରୀଙ୍କୁ ତାଙ୍କ ପରିବାର ଲୋକେ କାନ୍ଧେଇ ଦୀର୍ଘ ୧୨ କିଲୋମିଟର ରାସ୍ତା ଅତିକ୍ରମ କରି ମୁଦୁଲିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବାରୀଙ୍କୁ ମୁଦୁଲିପଡା ଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ତେବେ ସମ୍ବାରୀ ଏବେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ହୋଇଥିବା ଜଣାପଡିଛି।। ତେବେ ବଣ୍ଡାଘାଟିରେ ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଖୁବ୍ ଶୀଘ୍ର ଗାଁକୁ ଭଲ ରାସ୍ତାଟିଏ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.