fbpx

ବଜେଟ ଅପଡେଟ: ମଧ୍ୟବିତ୍ତ ପରିବାରଙ୍କ ପାଇଁ ଖୁସି ଖବର, ବଦଳିଲା ଆୟକର ସୀମା

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । ତେବେ ଚଳିତ ବଜେଟରେ କଣ ସବୁ ମହଙ୍ଗା ହେଲା ତାହାକୁ ନେଇ ସୂଚନା ଦିଆଯାଇଛି । ଏହା ସହିତ ଆୟକର ସ୍ଳାବ ସୀମା ବୃଦ୍ଧି କରାଯାଇଛି । ମଧ୍ୟବିତ୍ତଙ୍କୁ ଆୟକରରେ ବଡ ଆଶ୍ୱସ୍ତି ମିଳିଛି ।

ଆୟକର ରିହାତି ୭ ଲକ୍ଷ ଯାଏଁ ବୃଦ୍ଧି କରାଯାଇଛି । ଆୟକର ଛାଡ ସୀମା ଅଢ଼େଇ ଲକ୍ଷରର ବଢ଼ି ୩ ଲକ୍ଷ ହୋଇଛି । ବାର୍ଷିକ ଆୟ ୩ ଲକ୍ଷ ଯାଏଁ ଆୟ କରୁଥିଲେ ଆୟକର ଦେବାକୁ ପଡିବ ନାହିଁ । ସେହିପରି ୩ ରୁ ୬ ଲକ୍ଷ ଯାଏଁ ଆୟ ଉପରେ ୫ପ୍ରତିଶତ ଟିକସ ଲାଗୁ ହେବ । ୬ ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ ଆୟକର ଲାଗୁ ହେବ । ୯ ରୁ ୧୨ ଲକ୍ଷ ଯାଲଁ ୧୨ ପ୍ରତିଶତ ଆୟକର ଆଦାୟ ହେବ । ତେବେ ଏହି ବଜେଟ ମଧ୍ୟବିତ୍ତ ପରିବାରକୁ ଟିକିଏ ଆଶ୍ୱସ୍ତି ଦେଇ ପାରିବ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.