fbpx

ବିଜ୍ଞାପନ ବିନା ଅଣନିଶ୍ୱାସୀ ମୁଦ୍ରିତ ଗଣମାଧ୍ୟମ ,ଚିନ୍ତାରେ ପ୍ରକାଶକ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର):ସାରା ଦେଶରେ ଲକ ଡାଉନ । ଆଉ ଲକ ଡାଉନ ପାଇଁ ଭୁଷୁଡି ପଡିଛି ଅର୍ଥନୀତି । ଛୋଟ ବଡ ସବୁ ଶିଳ୍ପସଂସ୍ଥା ଗରୁତର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କିଛି ଶିଲ୍ପସଂସ୍ଥାତ ଲକଡାଉନ ବେଳେ ଉତ୍ପାଦନ ସମୁଦାୟ ବନ୍ଦ ରଖିଛନ୍ତି । କିନ୍ତୁ ନିୟମିତ କର୍ମଚାରୀଙ୍କ ଦରମା ବୋଝ ସହିବାକୁ ପଡୁଛି । ସେହିଭଳି ଲକଡାଉନ ପାଇଁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ । କରୋନା ସଙ୍କଟ ସମୟରେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ପୁରଣ କରିବା ଗଣମାଧ୍ୟମ ପାଇଁ ଚ୍ୟାଲେଂଜ ହୋଇଛି । ବାସ୍ତବିକ ରାଜ୍ୟ ତଥା ଦେଶରେ ପ୍ରତିଦିନ ମୁଦ୍ରିତ ହେଉଥିବା ଖବରକାଗଜ ଏହା ବିକ୍ରିମୂଲ୍ୟ ଠାରୁ ମୁଦ୍ରଣ ପାଇଁ ବେଶ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି । ଏଭଳିକି ବିକ୍ରିମୁଲ୍ୟରୁ ମିଳୁଥିବା ଅର୍ଥ ନ୍ୟୁଜ ପ୍ରିଣ୍ଟ ଓ କାଳିର ଚାହିଦା ପୂରଣରେ ବି ଅସମର୍ଥ । ଏହା ବାଦ କର୍ମଚାରୀଙ୍କ ଦରମା,ବିତରଣ ଏବଂ ଇନଫ୍ରାଷ୍ଟକଚର ବାବଦ ବି ଖର୍ଚ୍ଚ ରହିଛି । କିନ୍ତୁ ଏହାକୁ ଭରଣା କରେ ବିଜ୍ଞାପନ । ଏଥିରୁ ମିଳୁଥିବା ଅର୍ଥରେ ହିଁ ଖବରକାଗଜ ଚାଲିବାରେ ସକ୍ଷମ ହୋଇଥାଏ । କିନ୍ତୁ ଏବେ ଖବର କାଗଜରେ ବିଜ୍ଞାପନର ମରୁଡି । କାଁ ଭାଁ ସରକାରୀ ବିଜ୍ଞାପନପ୍ରକାଶିତ ହେଉଛି । ଯେଉଁଥିରୁ ଅପେକ୍ଷାକୃତ କମ ଅର୍ଥ ମିଳୁଛି । ବେସରକାରୀ ସଂସ୍ଥାର ବିଜ୍ଞାପନ କୁ ତ ଭୁଲିଯାଆନ୍ତୁ । ଲକ ଡାଉନ ପରଠାରୁ କୈାଣସି ଗଣମାଧ୍ୟମ ସଂସ୍ଥା ପୁରା ପୃଷ୍ଠା ବିଜ୍ଞାପନ ପାଇବା ବିରଳ ।ତା ଛଡା ବ୍ୟକ୍ତିଗତ ଭାବେ କେହିବି ଜନ୍ମଦିନ,ଏକାଦଶାହ ,ବିବାହ ବାର୍ଷିକ ଆଦିର ବିଜ୍ଞାପନ ଦେଉନାହାନ୍ତି । ଏଭଳି ଅବସ୍ଥାରେ ଚିନ୍ତାରେ ଏବେ ଖବରକାଗଜ ପ୍ରକାଶକ । ଗଣମାଧ୍ୟମରୁ ବିଶେଷ ଆୟର ସୁଯୋଗ ନଥିବା ଜାଣି ବି ନିଜ ପ୍ୟାସନ ଭାବେ ଆରମ୍ଭ କରିଥିବା ଏହି ଶିଳ୍ପକୁ ନାଁ ବନ୍ଦ କରିପାରୁଛନ୍ତି ନାଁ ବିନା ଅର୍ଥରେ ଅଣ୍ଟା ସଳଖି ଛିଡା ହୋଇପାରୁଛନ୍ତି । ଅନ୍ୟପଟେ ଏକ୍ସଷ୍ଟାବ୍ଳିସମେଣ୍ଟ ଖର୍ଚ୍ଚ ଓ କର୍ମଚାରୀଙ୍କ ଦରମା ବି ମୁଣ୍ଡବ୍ୟଥା ବଢ଼ାଉଛି ।

Get real time updates directly on you device, subscribe now.