fbpx

ନକଲି ବକ୍ଷ ପାଇଁ ବଂଚିଲା ଜୀବନ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର): ବକ୍ଷ ପ୍ରତିରୋପଣ ହେଲା ସହାୟ । ନକଲି ବକ୍ଷ ଯୋଗୁଁ ବଂଚିଗଲା ଜୀବନ । କାନାଡାର ଜଣେ ୩୦ ବର୍ଷିୟ ମହିଳା ରାସ୍ତାରେ ଚାଲିଚାଲି ଯାଉଥିଲେ । ଏହି ସମୟରେ ତାଙ୍କ ବାମ ଛାତିରେ ଏକ ଗୁଳି ବାଜିଲା । ମହିଳା ଜଣକ ସାଙ୍ଗେ ସାଙ୍ଗେ ତଳେ ପଡିଗଲେ । ତାଙ୍କ ଛାତିରୁ ରକ୍ତ ବାହାରିବା ସହ ଭୀଷଣ ଯନ୍ତ୍ରଣା ଅନୁଭୂତ ହେଲା । ତତକ୍ଷଣାତ ପୋଲିସ ପଂହଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କ ଅପରେସନ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ୍ସରେ କରିଥିଲେ । କିନ୍ତୁ ଏକ୍ସରେ ରିପୋର୍ଟ ଡାକ୍ତରଙ୍କୁ ଚକିତ କରିଥିଲା । ଗୁଳିଟି ମହିଳାଙ୍କ ବକ୍ଷ ଭେଦ କରିପାରିନଥିଲା ।

ପ୍ରକୃତରେ ମହିଳା ଜଣକ ତାଙ୍କ ବକ୍ଷରେ ପ୍ଳାଷ୍ଟିକ ସର୍ଜରୀ କରିଥିଲେ । ଯେଉଁଥିରେ ସର୍ଜରୀ କରାଯାଇ ତାଙ୍କ ଛାତିରେ ନକଲି ବକ୍ଷ ବା ସିଲିକନର ବକ୍ଷ ଲଗାଯାଇଥିଲା । ତେଣୁ ଗୁଳିମାଡ ପରେ ବି ଗୁଳିଟି ସିଲିକନ ବକ୍ଷକୁ ଭେଦ କରି ତାଙ୍କ ହାର୍ଟ ପର୍ଯ୍ୟନ୍ତ ପଂହଚିପାରି ନଥିଲା । ଯାହା ଫଳରେ ତାଙ୍କ ଜୀବନ ବଂଚିଯାଇଥିଲା ।ଡାକ୍ତର ଅପରେସନ କରି ଗୁଳିଟି କାଢ଼ି ଅଧିକ ଫରେନସିକ ତଦନ୍ତ ପାଇଁ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଅବଶ୍ୟ ଗୁଳିମାଡରେ ମହିଳାଙ୍କ ଛାତିର ହାଡ ଭାଙ୍ଗିଯାଇଛି । ଯେଉଁଥିପାଇଁ ତାଙ୍କୁ କିଛି ଦିନ ଚିକିତ୍ସିତ ହେବାକୁ ପଡିବ ।

Get real time updates directly on you device, subscribe now.